ଓଡ଼ିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ ,ପଙ୍କଜ ସଭାପତି ଓ ସଞ୍ଜୟ ସମ୍ପାଦକ

0
669

କଟକ :ଶେଷ ହୋଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ। ପଙ୍କଜଲୋଚନ ମହାନ୍ତି ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସଞ୍ଜୟ ବେହେରା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ପଙ୍କଜ ୩୮ ଖଣ୍ଡ ଭୋଟ ପାଇଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରଦୀପ ଚୌହାନଙ୍କୁ ପରାଜିତ କରିଥିଲେ। ସେହିପରି ଉପ-ସଭାପତି ଭାବେ ଅକ୍ଷୟ ସାମନ୍ତ ନିର୍ବାଚିତ ହୋଇଛନ୍ତି। ସେ ଅନୁଗୁଳର ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକଙ୍କୁ ପରାଜିତ କରିଛନ୍ତି। ଓସିଏ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ବେହେରା ପୂର୍ବରୁ ଫୁଟବଲ୍ ଆସୋସିଏସନ ଅଫ୍ ଓଡ଼ିଶାର ସାଧାରଣ ସମ୍ପାଦକ ଥିଲେ। ଏହାସହ ସଞ୍ଜୟ ହେଉଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ। ସଞ୍ଜୟ ୪୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନବ ପଟ୍ଟନାୟକ ୨୫ ଖଣ୍ଡ ଭୋଟ ପାଇଥିଲେ। ସେହିପରି ଯୁଗ୍ମ ସମ୍ପାଦକ ଭାବେ ମେହତାବ ଖାନ୍ ନିର୍ବାଚିତ ହୋଇଛନ୍ତି। ସେ ୪୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁଜିତ ପ୍ରଧାନ ୩୦ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ବିକାଶ ୪୦ ଖଣ୍ଡ ଭୋଟ ପାଇଥିବା ବେଳେ ଅନିଲ ବିଶ୍ୱାଳ ୩୦ ଖଣ୍ଡ ଭୋଟ ପାଇଛନ୍ତି।

LEAVE A REPLY

Please enter your comment!
Please enter your name here