ଜୟ କିଶାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
394

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତର ଚୈତନପୁର ଗ୍ରାମ ଖେଳପଡିଆ ଠାରେ ଦୀର୍ଘ ୧୬ ଦିନ ଧରି ଚାଲିଥିବା ଜୟ କିଶାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିକାର ଫାଇନାଲ ମ୍ୟାଚରେ ଫାଇନାଲ ମ୍ୟାଚରେ ଭୁଷୁଣ୍ଡା ଓ କେ . ସାମନ୍ତରାପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସାମନ୍ତରାପୁର ଦଳ ୧୨ ଓଭରରେ ୪ ୱିକେଟ ହରାଇ ୧୩୪ ରନ କରିଥିବା ବେଳେ ବିପକ୍ଷ ଦଳ ୧୧ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୮୪ ରନ କରି ପରାଜିତ ହୋଇଥିଲା । ଉଦଯାପନୀ ସମାରୋହରେ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି , ଗ୍ରାମ ସଭାପତି ବି . ନିରଞ୍ଜନ , ଆର୍ . ହରିକୃଷ୍ଣ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଟିମକୁ ୬ ହଜାର ଓ ପରାଜିତ ଦଳକୁ ୩ ହଜାର ଟଙ୍କାର ଆର୍ଥିକ ରାଶି ଓ ଟ୍ରଫି ପ୍ରଦାନ କରିଥିଲେ । ଏଥିସହ ଉଭୟ ଦଳର ଶ୍ରେଷ୍ଠ ଖେଳାଳୀମାନଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରିଥିଲେ ‌। ଲଳିତ ରେଡ୍ଡୀ ଏବଂ ବି . ଦିଲୀପ କୁମାର ଖେଳ ପରିଚାଳନା କରିଥିବା ବେଳେ ଏଲ୍ . କିଶାନ ରେଡ୍ଡୀ , ପି . ଗୋବିନ୍ଦ , କେ . ଫକୀର ରେଡ୍ଡୀ ସମେତ ଆୟୋଜକ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here