ସ୍ୱାଧୀନ ପ୍ରାର୍ଥୀ ପିଣ୍ଟୁ ଦାସଙ୍କୁ ବିପୁଳ ଜନ ସମର୍ଥନ

0
132

ବ୍ରହ୍ମପୁର: ଦିନକୁ ଦିନ ବ୍ରହ୍ମପୁର ବିଧାନସଭା ସ୍ୱାଧୀନ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଦାସ (ପିଣ୍ଟୁ ଦାସ)ଙ୍କ ଜନ ସମର୍ଥନ ବଢ଼ିବାରେ ଲାଗିଛି । ବିଭିନ୍ନ ମୁଦ୍ଦା କୁ ନେଇ ଲୋକଙ୍କ ନିକଟତର ହେଉଛନ୍ତି ପିଣ୍ଟୁ ଦାସ। ଆଉ ଯେଉଁ ସ୍ଥାନକୁ ଯାଉଛନ୍ତି ଭୋଟରଙ୍କ ସମର୍ଥନ ଦେଖିବାକୁ ମିଳୁଛି । ଆଜି ଶ୍ରୀଯୁକ୍ତ ଶିବଶଙ୍କର ଦାସ ସକାଳ ଖଲ୍ଲିକୋଟ କଲେଜ୍ ଖେଳ ପଡିଆ ରେ ପହଞ୍ଚି ବିଭିନ୍ନ ଯୁବକ, ବୁଦ୍ଧିଜୀବୀ, ମହିଳା ଓ ବରିଷ୍ଠ ନାଗରିକଙ୍କ ସହ ସାକ୍ଷାତ କରି ଭୋଟ ଦେବା ପାଇଁ ନିବେଦନ କରିଥିଲେ । ପରେ ଟାଉନ ହଲ, ୟୁନୀୟନ୍ କ୍ଳବ୍, ମୁନ୍ୟୁସିପାଲଟି ବ୍ୟାମ କେନ୍ଦ୍ର, ଗିରିଜା ଛକ, ରମଲିଙ୍ଗେଶ୍ୱର ପାର୍କ, ଖାଜା ସାହି, ଷ୍ଟେସନ ଛକ ଆଦି ବୁଲି ନିଜର ସମର୍ଥକଙ୍କ ସହ ପ୍ରଚାର କରିଥିଲେ । ନିଜର ପ୍ରଚାର ସମୟରେ ବିଭିନ୍ନ ଯୁବକ ସଂଘ, ବ୍ୟବସାୟୀ ସଂଘ ଓ ବରିଷ୍ଠ ନାଗରିକ ଙ୍କ ଠାରୁ ଶ୍ରୀଯୁକ୍ତ ଦାସଙ୍କୁ ବାଣ ଫୁଟାଇ ବାଜା ବଜାଇ ସ୍ବାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ । ପ୍ରାର୍ଥୀଙ୍କ ସହ ସାକ୍ଷାତ ବେଳେ ଭୋଟର ମାନେ ବ୍ରହ୍ମପୁର ମହାନଗର ନିଗମରେ ହୋଇଥିବା ବିଭିନ୍ନ ଅବ୍ୟବସ୍ଥା ବିଷୟରେ ଜଣାଇଥିଲେ । ଏହାସହ ବର୍ତ୍ତମାନ ସମୟରେ ସେହି ସମସ୍ତ ସମସ୍ୟା କେବଳ ଆପଣ ବିଧାୟକ ହୋଇ ଆସିଲେ ସମାଧାନ ହୋଇପାରିବ ବୋଲି ସମର୍ଥନ କରିବା ସହ ବିଜୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ସ୍ଥାନୀୟ ବାସିନ୍ଦା । ତେବେ ଶ୍ରୀଯୁକ୍ତ ଦାସ ୨୦୦୮ ମସିହାରୁ ୨୦୧୩ ପର୍ଯ୍ୟନ୍ତ ମହାନଗର ନିଗମର ମେୟର ଥିବା ସମୟରେ ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ ତାହାଠାରୁ ଦୁଇ ଗୁଣା ଅଧିକ କରିବା ସହ ବ୍ରହ୍ମପୁର ସହରକୁ ଏକ ପ୍ରତିଷ୍ଠିତ ଓ ବିକାଶଶୀଳ ସହର କରିବା ପାଇଁ ପ୍ରତିଶୃତି ଦେଇ ନିଜର ପ୍ରଚାର କରିଥିଲେ ।

LEAVE A REPLY

Please enter your comment!
Please enter your name here