ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟିର ଚଳିତ ୨୦୨୪ ନିର୍ବାଚନ ନିମନ୍ତେ ବ୍ରହ୍ମପୁର ବିଧାନସଭା ଆସନରୁ ସଞ୍ଜୀବ କୁମାର ପଟ୍ଟନାୟକଙ୍କୁ ନିଜ ସମର୍ଥିତ ପାର୍ଥୀ ଘୋଷଣା କରିବା ସହ ନିର୍ବାଚନୀ ସଂକଳ୍ପ ପତ୍ର ଜାରି କଲା

0
328

ବ୍ରହ୍ମପୁର :ଚଳିତ ୨୦୨୪ ନିର୍ବାଚନ ନିମନ୍ତେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ବିଧାନସଭା ଆସନରେ ନିର୍ବାଚନକୁ ପ୍ରସଙ୍ଗ ଭିତ୍ତିରେ ଲଢେଇ ସକାଶେ ସଞ୍ଜୀବ କୁମାର ପଟ୍ଟନାୟକଙ୍କୁ ପାର୍ଥି ଦିଆଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ସେ ପରିପ୍ରେକ୍ଷୀରେ ନୋମିନେସନର ଶେଷ ଦିବସରେ କମିଟି ତରଫରୁ ପାର୍ଥି ପତ୍ର ଦାଖଲ କରାଯିବାର ଆପାତତଃ ସ୍ଥିର ହୋଇଛି। ତେଣୁ ଏ ସଂକ୍ରାନ୍ତରେ କମିଟି କଣ କଣ ସ୍ଥାନୀୟ ପ୍ରସଙ୍ଗକୁ ଗୁରୁତ୍ତ୍ଵ ଦେଇ ତାହାକୁ ଏଜେଣ୍ଡା ରେ ରଖିବ ତାହା ଚୁଡାନ୍ତ କରି ନିର୍ବାଚନୀ ଇସ୍ତାହାର ସାର୍ବଜନୀନ ଭାବରେ ପରିପ୍ରକାଶ କରିଛି। ନିଜ ନିର୍ବାଚନୀ ଅଙ୍ଗୀକାର ସଂକଳ୍ପ ପତ୍ରରେ କମିଟି କହିଛି ଯେ ନିଜ ପାର୍ଥି ଯଦି ବିଜୟ ହୋଇ ଆସନ୍ତି ତାହାହେଲେ ପ୍ରଥମରେ ଯେଉଁ ୭୭.୮ ବର୍ଗ କିମି କ୍ଷେତ୍ରଫଳ ବିଶିଷ୍ଟ ବିଶ୍ଵର କ୍ଷୁଦ୍ରତମ ମହାନଗର ନିଗମରେ ସହର ସଲଂଗ୍ନ ଅଞ୍ଚଳ ଓ ପାର୍ଶ୍ଵବର୍ତ୍ତୀ ୧୮ ଟି ପଞ୍ଚାୟତକୁ ସାମିଲ କରି ଏହାକୁ ସର୍ବନିମ୍ନ ୩୦୦ ବର୍ଗ କିମି କ୍ଷେତ୍ରଫଳ ବିଶିଷ୍ଟ ମହାନଗର ନିଗମ ବନାଜିବ । ଦ୍ଵିତୀୟରେ ବ୍ରହ୍ମପୁର ଉପଖଣ୍ଡକୁ ଜିଲ୍ଲାରେ ପରିଣତ କରିବା। ସେହିଭଳି ପ୍ରତହ୍ୟ କାର୍ଯ୍ୟକ୍ଷମ ଆନ୍ତର୍ଜାତୀୟ ବ୍ରହ୍ମପୁର ଏଇରୋଡୋମ ଓ ବିମାନବନ୍ଦର ପ୍ରତିଷ୍ଠା, ବିଶ୍ବସ୍ତରୀୟ ରେଳ ଷ୍ଟେସନ ଓ ଏଠାରୁ ଦେଶର ପ୍ରମୁଖ ସହର ମାନଙ୍କୁ ପ୍ରତ୍ୟକ୍ଷ ଗମନା ଗମନ ପାଇଁ ସିଧାସଳଖ ଟ୍ରେନ ଏବଂ ସିତଳାପଲ୍ଲି ଠାରେ ରେଳ ଉପକରଣ କାରଖାନା ସ୍ଥାପନ,, ସ୍ବାସ୍ଥ୍ୟ ସେବାର ଉନ୍ନତି ନିଅନ୍ତେ ଏମ କେ ସି ଜି ମେଡ଼ିକାଲ କଲେଜକୁ ବିଶ୍ବସ୍ତରୀୟ, ତଥା ବେସରକାରୀ କର୍ପୋରେଟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଦ୍ଵାରା ଅତ୍ୟାଧୁନିକ ବହୁମୂଖୀ ହସ୍ପିଟାଲ ସ୍ଥାପନ, ଶୈଖିକ ପରିବେଶ ଓ ପରିବେଷ୍ଟନିର ଆବଶ୍ୟକତା ଦୃଷ୍ଟିରୁ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର ନୂତନ କ୍ୟାମ୍ପସ ପ୍ରତିଷ୍ଠା , ସୈନିକ ସ୍କୁଲ ଓ ଏନ୍ ଡି ଏ ର ଶାଖା ଖୋଲିବା ସହ ଅନ୍ୟ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ, ୟୁ ପି ଏସ ସି ପରୀକ୍ଷାର୍ଥୀଙ୍କ ନିମନ୍ତେ ଉଚ୍ଚମାନର ଲାଇବ୍ରେରୀ ପ୍ରତିଷ୍ଠା ସହ ଓପିଏସସି ଓ ଏସ ଏସ ସି ରେ ଢାଞ୍ଚାଗତ ସଂସ୍କାର, ହଳଦିଆପଦର ବସଷ୍ଟାଣ୍ଡ କୁ ବନ୍ଦ କରି କୁଷସ୍ଥଳି ଠାରେ ବିଶ୍ବସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ,, ମେଡିକାଲ ଛକ ଠାରୁ ଫାଷ୍ଟ ଗେଟ ପର୍ଯ୍ୟନ୍ତ ଫ୍ଲାଇ ଓଭର ନିର୍ମାଣ, ରାସ୍ତା ଗୁଡ଼ିକର ପ୍ରଶସ୍ତିକରଣ , ଜଳ୍ ନିଷ୍କାସନ ନିମନ୍ତେ ଭୂତଳ ଡ୍ରେନର କାର୍ଯ୍ୟକାରିତା ତଥା ବାହାନା ନାଳ ଓ ସାପୁଆ ନାଳର ପୁନରଉଦ୍ଧାର,, ବ୍ରହ୍ମପୁରରେ ରିଙ୍ଗ ରୋଡର ନୂତନ ପ୍ରାଧିକରଣ ପ୍ରତିଷ୍ଠା, ଆନ୍ତର୍ଜାତୀୟ କ୍ରିକେଟ ଖେଳ ଆୟୋଜନ ନିମନ୍ତେ ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ ସହ ବନ୍ଦର ଭିତ୍ତିକ ବିକାଶ ମଡେଲ ଏବଂ ପର୍ଯ୍ୟଟନ କ୍ଷେତ୍ରର ପରିପ୍ରକାଶ, ବ୍ରହ୍ମପୁରକୁ ଏକ ମେନୁଫେକ୍ଚରିଗ ଓ ଆଇ ଟି ହବ ରେ ପରିଣତ କରିବା, ମହାନଗର ଅଞ୍ଚଳରେ ଏକ ବିଶ୍ବସ୍ତରୀୟ ପାର୍କ ପ୍ରତିଷ୍ଠା ସହ ପ୍ରତି ୱାର୍ଡରେ ଜନ ସଂପର୍କ ଅଫିସ ଖୋଲିବା, ଲଘୁ ଖଣିଜ ଦ୍ରବ୍ୟ ବାଲି ଓ ପଥରର ସହଜ ଉପଲବ୍ଧ କରିବା ନିମନ୍ତେ ସ୍ୟଣ୍ଡ ଓ ଷ୍ଟୋନ କର୍ପୋରେସନ ଗଠନ କରିବା, ବ୍ରହ୍ମପୁର ପାଟ ବୁଣାକାର ମାନଙ୍କୁ ନେଇ ଓ ଏଫ ପି ଓ ମାଧ୍ୟମରେ ଉତ୍ପାଦକ ସଂଘ ଗଠନ କରି ପାଟ ଶିଳ୍ପର ପୁନରୌଦ୍ଧାର ତତ୍ ସହିତ ଏଠାରେ ଏକ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ଏବଂ ଏନ୍ ଏଫ୍ ଟି ର ଏକ ସ୍ଥାୟୀ ଶାଖା ଖୋଲି ଦାଦନ ଉପରେ ଅଙ୍କୁଶ ଲଗାଇବା, ଚିଟ୍ ଫଣ୍ଡ ଜମାକାରୀଙ୍କୁ ନ୍ୟାୟ ଦେବା, ଜଳ ସେଚନ ସୁବିଧା ସହ ଚାଷୀ ମାନଙ୍କୁ ଠିକ୍ ସମୟରେ ବିହନ, ସାର, କୀଟନାଶକ ଔଷଧ, ତାଲିମ ଓ ପାଣିପାଗ ସୂଚନା ଯୋଗାଇଦେବା, ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ତାଲିମ ଦେଇ ବ୍ୟାଙ୍କ୍ ଲିଙ୍କ କରି ଉଦ୍ୟୋଗୀ ବିକାଶ କରିବା, ଷ୍ଟ୍ରୀଟ ଭେଣ୍ଡୋର ବ୍ୟବସାୟୀ ମାନଙ୍କୁ ପରିଚୟ ପତ୍ର ପ୍ରଦାନ ତଥା ପ୍ରତି ଦରଖାସ୍ତର ପ୍ରାପ୍ତି ସ୍ବୀକାର ରସିଦ ଦେବା ବାଧ୍ୟାତା ମୂଳକ କରି ଦୁର୍ନୀତି ଉପରେ ରୋକ ଲଗାଇବା ପ୍ରଭୁତି ଏଭଳି ଅନେକ ପ୍ରସଙ୍ଗକୁ କାର୍ଯ୍ୟକାରୀ କରିବା ନିମନ୍ତେ ନିଜର ଅଙ୍ଗୀକାର ଓ ପ୍ରତିବଦ୍ଧତା ସଂକଳ୍ପ ନେଇ କମିଟି ଭୋଟରଙ୍କ ନିକଟକୁ ଯିବ। ଯେଉଁମାନେ ବ୍ରହ୍ମପୁରକୁ ଭଲ ପାଆନ୍ତି, ଏହାର ଦୂରବସ୍ଥା ବିଷୟରେ ଚିନ୍ତିତ ଏବଂ ଆଗାମୀ ପିଢ଼ିର ଭବିଷ୍ୟତ ନେଇ ଉଦବିଗ୍ନ ସେମାନେ ଆମକୁ ସମର୍ଥନ ଯୋଗାଇଦେବେ। ଆମ ସଂଗ୍ରାମ ଏଠାରେ ସାରି ଯାଉ ନାହିଁ।

LEAVE A REPLY

Please enter your comment!
Please enter your name here