ବିଧାୟକଙ୍କ ଉଦଘାଟନୀ କାର୍ଯ୍ୟକ୍ରମ ସହ କରୋନା ସଚେତନତା

0
294

ପୋଲସରା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କରଞ୍ଜରା ଗ୍ରାମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଆମ ଗାଁ ଆମ ବିକାଶ ଯୋଜନାରେ ନୂତନ ଭାବେ ନିର୍ମାଣ ହୋଇଥିବା ଭାଗବତ ଟୁଙ୍ଗି ଗୃହ ଅକ୍ଟୋବର ୯ ତାରିଖ ଦିନ ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ବେହେରା, ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ସମିତି ସଭ୍ୟା ଝୁନୁ ଦାସ, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼,ଓ କନିଷ୍ଠ ଯନ୍ତ୍ରୀ ସସ୍ମିତା ବାରା ଯୋଗଦେଇଥିଲେ। ଏହାପରେ ବିଧାୟକ ଶ୍ରୀ ସାହୁ ଗ୍ରାମବାସୀଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିବା ପରେ ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here