ପୂଜ୍ୟ ପୂଜା ସମିତି ସଭାପତି ବଂଶୀଧର ଭୂୟାଁଙ୍କ ସ୍ମୃତି ସଭା;ଦୁଇ ଜଣ ସମ୍ମାନୀତ

0
114

ବ୍ରହ୍ମପୁର; ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁଙ୍କ ଗତ ୨୨ତାରିଖରେ ଆକସ୍ମିକ ବିୟୋଗରେ ସହରର ବିଭିନ୍ନ ଅନୁଷ୍ଠାନ ଦୁଃଖ ପ୍ରକାଶ କରିଛନ୍ତି l ଆଜି ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ବର୍ଗତ ଭୂୟାଁଙ୍କ ଉଧେଶ୍ୟରେ ଏକ ସ୍ମୃତି ସଭା ସ୍ଥାନୀୟ ଗୋକୁଳଧାମ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ତାଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ତାଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରାଯାଇ ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ସ୍ବର୍ଗତ ଭୂୟାଁ ଜଣେ ମେଳାପୀ ଓ ଦୃଢ଼ ସଂଗଠକ ଥିଲେ ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅହରହ ଚେଷ୍ଟା କରୁଥିଲେ l ସହରର ବିଭିନ୍ନ ଅନୁଷ୍ଠାନ ସହ ତାଙ୍କ ଭଲ ସମ୍ପର୍କ ରହିଥିଲା l ତାଙ୍କ ବିୟୋଗ ନିଶ୍ଚିତ ଭାବେ ବ୍ରହ୍ମପୁର ସହରବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି l ସେ ମୃତ୍ୟୁ ପରେ ବି ନିଜ ଚକ୍ଷୁ ଦାନ କରି ମହନୀୟତା ପ୍ରକାଶ କରିଛନ୍ତି l ସହରର ବିଭିନ୍ନ ଗଣଅନୁଷ୍ଠାନଙ୍କ ନେତୃବୃନ୍ଦ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l ତାଙ୍କ ଆଦର୍ଶରେ ଉଚ୍ଚାହିତ ହୋଇ ଆଜି ଅମୁଲ୍ୟ ଚନ୍ଦ୍ର ପଣ୍ଡା ଶରୀର ଦାନ ନେଇ ଘୋଷଣା କରିଥିବାରୁ ତାଙ୍କୁ ଓ ଓମ ଲଫିଙ୍ଗ କ୍ଲବର ନୂତନ ସମ୍ପାଦକ ଵୟୋଜ୍ୟଷ୍ଠ ଡି. ଭି. ରାଓଙ୍କୁ ସମ୍ମାନୀତ କରାଯାଇଛି l ଅନ୍ୟ ମାନଙ୍କ ମଧ୍ୟରେ ସୁଧୀର ରାଉତ,ରାଜେନ୍ଦ୍ର କୁମାର ପଣ୍ଡା,ଗଗନ ଚନ୍ଦ୍ର ମଲ୍ଲିକ,ପି. ପାର୍ବତୀ,ରବି ରଥ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,କେ.ନନ୍ଦେସୁ ସେନାପତି, ଗଗନ ଚାନ୍ଦ ପ୍ରଧାନ,ଦେବରାଜ ଗୌଡ଼, ଦୈତ୍ୟରୀ ବେହେରା,ବିଶ୍ୱମ୍ବର ବେହେରା,ପୂର୍ଣ୍ଣ ଚନ୍ଦ୍ର ମହାରଣା,ବିରେନ କୁମାର ବେହେରା,କବିରାଜ ସାହୁ,ସୁବାଷ ଚନ୍ଦ୍ର ମିଶ୍ର, ବିଜୟ ଚନ୍ଦ୍ର ବିଶୋଇ,ଗୌରୀ ଶଙ୍କର ପଟ୍ଟନାୟକ,ନରସୁ ଜେନା,ରାମଚନ୍ଦ୍ର ସାହାଣୀ,ଅଶୋକ କୁମାର ଦଳାଇ, ପ୍ରଶାନ୍ତ କୁମାର ପଣ୍ଡା,ଚିତ୍ତ ରଞ୍ଜନ ପଣ୍ଡା,ଡ଼. ଡମ୍ବୁରୁଧର ସାହୁ,କିଶୋର ଚନ୍ଦ୍ର ପାତ୍ର, ସୂର୍ଯ୍ୟ ନାରାୟଣ ବେହେରା, ଗୁରୁ ଚରଣ ପାତ୍ର,ଏସ.ପ୍ରକାଶ ଚନ୍ଦ୍ର ପାତ୍ର,ହରିବନ୍ଧୁ ମହାପାତ୍ର, ଋତୁପୁର୍ଣ ପ୍ରଧାନ, ନିରଞ୍ଜନ ପାତ୍ର,ସୁରେନ୍ଦ୍ର ନାଥ ପଣ୍ଡା,ରମେଶ ଚନ୍ଦ୍ର ବେହେରା,ରାଜ କିଶୋର ସ୍ୱାଇଁ,ସାଧୂ ଚରଣ ବେହେରା, ଗୋବିନ୍ଦ ଚନ୍ଦ୍ର ମଣ୍ଡଳ, ବି. ଭାଗବତ ରାଓ,ଜଗନ୍ନାଥ ପାଢ଼ୀ, ସଦାନନ୍ଦ ବେହେରା,ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଶେଷରେ ଅଜିତ ଭୂୟାଁ, ସୁଜିତ ଭୂୟାଁ, ସନାତନ ପୂଜାରୀ, ଚନ୍ଦ୍ର ଶେଖର ବିଶୋଇ ପରିବାରବର୍ଗ ଧନ୍ୟବାଦ ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here