ଘରୋଇକରଣ ବିରୁଦ୍ଧରେ ଏକ ହୁଅ- ମଜଦୂର କଂଗ୍ରେସ

0
235

ବ୍ରହ୍ମପୁର-ସ୍ଥାନୀୟ ଇଜିନିୟର ସ୍କୁଲ ନିକଟରେ ଅବସ୍ଥିତ ରାଜସ୍ବ ବିଭାଗ ବଙ୍ଗଳାରେ ବ୍ରହ୍ମପୁର ପୋଷ୍ଟାଲ କର୍ମଚାରୀ ସଂଘ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଶ୍ରମିକ ବିରୋଧୀ ନୀତି ଓ ପୋଷ୍ଟାଲ ବିଭାଗକୁ ଘରୋଇକରଣ କରିବାକୁ ଉଦ୍ୟମକୁ ବିରୋଧ କରାଯାଇଛି l ଦେଶରେ ସର୍ଭାଧିକ ନିଯୁକ୍ତି ଯୋଗାଇବାରେ ପ୍ରମୁଖ ଭୂମିକା ନିଭାଉଥିବା ପୋଷ୍ଟାଲ ବିଭାଗକୁ ସରକାର ବିକ୍ରି କଲେ ଏହା ବିରୁଦ୍ଧରେ ଆନ୍ଦୋଳନ ହେବ ଓ ଦେଶର ସାଧାରଣ ଜନତା ତାକୁ କେବେ କ୍ଷମା କରିବେ ନାହିଁ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ l ଏହା ସହ ଖାଲିଥିବା କର୍ମଚାରୀ ପଦବୀରେ ନିଯୁକ୍ତି ଦେବା, ବ୍ରହ୍ମପୁର ମୁଖ୍ୟ ଡାକଘରକୁ ନିମ୍ନ କରଣ କରିବାକୁ ଯେଉଁ ଚେଷ୍ଟା ଚାଲିଛି ତାକୁ ବିରୋଧ କରାଯାଇଛି l ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ପୋଷ୍ଟାଲ ସୁପରଟେଣ୍ଡ ତାରିଣୀ ଚରଣ ପାଢ଼ୀ, ପୀତବାସ ପଣ୍ଡା, କୃଷ୍ଟଚନ୍ଦ୍ର ପଣ୍ଡା, ମନୋଜ କୁମାର ପାଣିଗ୍ରାହୀ ଙ୍କ ସମେତ ସଂଘ ସଭାପତି ଅରୁଣ ବେହେରା, ସମ୍ପାଦକ କେଦାରନାଥ ଶତପଥୀ, ରାମଚନ୍ଦ୍ର ଦାସ,ଅଟଳ ବିହାରୀ କର, କିଶୋର ଶତପଥୀ, ଶିବ ସାହୁ, ବିଭୁତି ପଟ୍ଟନାୟକ, ତାରିଣୀ ମହାନ୍ତି, ରାମ ନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ

LEAVE A REPLY

Please enter your comment!
Please enter your name here