ଉତ୍କଳ ଦିବସ ରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି

0
147

ବ୍ରହ୍ମପୁର : ଏପ୍ରିଲ୍ ୧ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ମିନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ଦ୍ଵାରା ସୋଲରେ ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ କଳାକୃତି ପ୍ରସ୍ତୁତ କରଯାଇଥିଲା।ଏପରି କଳା କୃତି ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ପଣ୍ଡିତ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିବା ସହ ଉତ୍କଳ ର ମହାପୁରୁଷମାନଙ୍କ ଜୟଗାନ କରିଥିଲେ l ସୋଲରେ କଳାକୃତି ପ୍ରସ୍ତୁତ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା l ଏଥିରେ ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ମାନଙ୍କୁ ଉତ୍ସାହିତ କରିଥିଲେ l ଏପରି କଳାକୃତି ପାଇଁ ସ୍କୁଲର ଅଧ୍ୟକ୍ଷ କାଁହୁ ଚରଣ ପଣ୍ଡା, ନିର୍ଦେଶକ କୁନାଲ କୌଶିକ ପଣ୍ଡା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here