କୃଷି ବିଭାଗ ର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

0
365

ଡାବୁଗାଁ(ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ନିକଟସ୍ଥ କେରଣ୍ଡି ଗ୍ରାମ ପାଖରେ ଥିବା ଜଳଛାୟା ମିଶନ ନର୍ସରୀରେ ଜିଲା କୃଷି ବିଭାଗର ଏକ ଜିଲା ସ୍ତରୀୟ ସମୀକ୍ଷା ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜିଲା ମୁଖ୍ୟ କୃଷି ଅଧିକାରୀ ବ୍ରଜ କିଶୋର ଲେଙ୍କା ଯୋଗ ଦେଇ ସରକାରଙ୍କ ଆତ୍ମା ଓ ବଳରାମ ଯୋଜନା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ଜିଲା, ସମସ୍ତ ବ୍ଲକ ର କୃଷି ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଯୋଜନା ଗୁଡିକର ସୁପରିଚାଳନା ନିମନ୍ତେ ପରାମର୍ଶ ଦେଇଥିଲେ | ଏଥିରେ ନବରଙ୍ଗପୁର କୃଷି ଜିଲା ଅଧିକାରୀ ଆୟୁର୍ଦେହୀ ମିଶ୍ର, ପାପଡାହାଣ୍ଡି କୃଷି ଜିଲା ଅଧିକାରୀ ଆଶିଷ କୁମାର ସାହୁ ଓ ଉମରକୋଟ କୃଷି ଜିଲା ଅଧିକାରୀ ସତ୍ୟପ୍ରକାଶ ସାମନ୍ତରାୟ, ଜିଲାର ୧୦ ଟି ବ୍ଲକ ର ସମସ୍ତ ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀଙ୍କ ସମେତ ସମସ୍ତ କୃଷିଅଧିଦର୍ଶକ ଓ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଉପସ୍ଥିତ ଥିଲେ | ଉକ୍ତ ସମୀକ୍ଷା ବୈଠକ ର କାର୍ଯ୍ୟକ୍ରମକୁ ଡାବୁଗାଁ ସହକାରୀ କୃଷି ଅଧିକାରୀ ଦୁର୍ଯ୍ୟଧନ ଜାନୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ | ପୂର୍ବରୁ କୃଷି ବିଭାଗର ଏଭଳି କାର୍ଯ୍ୟକ୍ରମ ହୋଇନଥିବା ବେଳେ ଆଜିର ଏପରି କାର୍ଯ୍ୟକ୍ରମ ହୋଇଥିବାରୁ ଜିଲା ମୁଖ୍ୟ କୃଷି ଅଧିକାରୀ ଙ୍କୁ ପ୍ରଶଂସା କରିଥିଲେ |

LEAVE A REPLY

Please enter your comment!
Please enter your name here