ସନାତନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ

0
153

ବ୍ରହ୍ମପୁର: ସନାତନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀକ୍ଷେତ୍ର ଭବନ ଠାରେ ବିଶ୍ୱ ଜଳ ଦିବସ କାର୍ଯକ୍ରମ ଆୟୋଜନ କରାଯାଇଥିଲା । ଏହି ସଭାରେ ସଂସାର ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ସଂପାଦକ ସମାଜସେବୀ ରମେଶ ଚନ୍ଦ୍ର ସାହୁ ସଭାପତିତ୍ବ କରି ଜଳ ସଂରକ୍ଷଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବରିଷ୍ଠ ଆଇନଜୀବୀ ଲଳିତ ମୋହନ ପାଢ଼ୀ ଜଳ ଦିବସ ର ତାତ୍ପର୍ଯ୍ୟ ଓ ଉପୋଯୋଗିତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ବସୁଦେବ ବିଷୋୟୀ, ବୁଦ୍ଧିଜୀବୀ ସୁବ୍ରତ କୁମାର ରଥ, ସମାଜସେବୀ ଜୀବନ ପାତ୍ର, ଅମୃତ ଦୁନିଆଁ ପ୍ରତିନିଧି ସୂର୍ଯ୍ୟ ନାରାୟଣ ବେହେରା, TIMES ଓଡ଼ିଆ DIRECTOR ଦୀପକ କୁମାର ପଣ୍ଡା, ସାମ୍ବାଦିକ ମନୋଜ ପାଢ଼ୀ ପ୍ରମୁଖ ଜଳ ସଂରକ୍ଷଣ ଓ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରିଶେଷରେ ଅନୁଷ୍ଠାନର ସଂପାଦକ ସୁଶାନ୍ତ କୁମାର ସାସମଲ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here