ଲକଡାଉନ୍ ନିୟମ ନ ମାନିବାରୁ ଅମାନିଆଙ୍କୁ ତଣ୍ଡ ; ଗଣିଲେ ୧୬ହଜାର ୫୦୦ ଟଙ୍କା

0
463

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଭଞ୍ଜନଗର ର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଭଞ୍ଜନଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅମାନିଆ ବାଇକ ଚାଳକ ଙ୍କ ପ୍ରତି ଧରପଗଡ କୁ ଜୋରଦାର କରିଛନ୍ତି | ଭିନ୍ନ ଭିନ୍ନ ସ୍ଥାନରୁ ମୋଟ ୧୬ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି | ଏହାଛଡା ଲକଡାଉନ ସମୟରେ ଦୋକାନ ଖୋଲିବା ଯୋଗୁଁ ଗାଙ୍ଗପୁର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଏବଂ ନିମିନା ଗ୍ରାମରେ ଜଣେ ବ୍ୟବସାୟୀ ଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ମଧ୍ୟ ଆଦାୟ କରିଛନ୍ତି | ଉପଜିଲ୍ଲାପାଳ କହିଛନ୍ତି ଯେଉଁମାନେ ଲକଡାଉନ ନିୟମ ମାନୁ ନାହାନ୍ତି ସେମାନେ ଦେଶର ଶତ୍ରୁ ଏବଂ ଆଗକୁ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି |

LEAVE A REPLY

Please enter your comment!
Please enter your name here