ବିଶ୍ବ ରକ୍ତଦାନ ଦିବସରେ ପୋଡାମାରୀରେ ୧୦୫ ୟୁନିଟ ରକ୍ତ ସଂଗ୍ରହ

0
175

ଗଞ୍ଜାମ:ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ବୁଧବାର ଦିନ ବିଶ୍ବ ରକ୍ତଦାନ ଦିବସ ଅବସରରେ ୧୦୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଗ୍ରାମ ସ୍ଥିିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଓ ସମିତି ସଭ୍ୟ ପି. ଚନ୍ଦ୍ରମା ପାତ୍ରଙ୍କ ମିଳିତ ଉଦ୍ୟମରେ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା , ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହ ଶିବିର କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏଥିସହ କାର୍ଯ୍ୟକ୍ରମର ମହତ୍ତ୍ଵ କଣ ଏବଂ ଗୋଟିଏ ଲୋକର ରକ୍ତ ଅନ୍ୟ ଲୋକର ଜୀବନ ବଞ୍ଚାଇବାରେ କିପରି ସହାୟ ହୋଇଥାଏ ତାହା ଆଲୋକପାତ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀଙ୍କ ସହାୟତାରେ ରକ୍ତ ସଂଗୃହୀତ ହୋଇଥିବା କାଜଲ ବେହୁରା ନାମକ ଜଣେ ମହିଳା ପ୍ରଥମ ରକ୍ତଦାନ କରିଥିବା ବେଳେ ୧୦ ଜଣ ମହିଳା ରକ୍ତଦାନ କରିବା ପାଇଁ ଉତ୍ସାହିତ ରହିଥିଲେ । ଏଥିରେ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here