ଦୁଇଟି ପ୍ରକଳ୍ପକୁ ଉଦଘାଟନ କଲେ ବିଧାୟକ

0
305

ପୋଲସରା(ଅନିଲ କୁମାର ମହାରଣା) ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଅକ୍ଟୋବର ୧୧ ତାରିଖ ଦିନ ଦୁଇଟି ପ୍ରକଳ୍ପକୁ ଉଦଘାଟନ କରିଥିବା ଜଣା ପଡ଼ିଛି। ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ୦୨ ର ନୂତନ ଗୃହ ଏବଂ ଲକ୍ଷ୍ମଣପଲ୍ଲୀ ଗ୍ରାମର କଲ୍ୟାଣୀ ମଣ୍ଡପର ନୂତନ କୋଠା ଦୁଇଟି ପ୍ରକଳ୍ପକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ରବିବାର ଦିନ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ଜିଲ୍ଲା ପରିଷଦ ସଦସ୍ୟା ସୁଚିତ୍ରା ବିଷୋୟୀ, ଓ ସ୍ଥାନୀୟ ସରପଞ୍ଚ ଯୋଗ ଦେଇଥିଲେ। ଦୁଇ ସ୍ଥାନରେ ବହୁ ବିଶିଷ୍ଟ ବ୍ୟକ୍ତି ବୃନ୍ଦଙ୍କ ସହ ଗ୍ରାମବାସୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here