ଲୋକସଭା ଆସନରେ ଗୋପାଳ ସମାଜ ସଦସ୍ୟ ପ୍ରତିନିଧିତ୍ଵ କରିବା ନିମନ୍ତେ ସାମ୍ବାଦିକ ସମ୍ମିଳନୀରେ ଦାବି

0
350

ଦିଗପହଣ୍ଡି: ସ୍ବାଧୀନତାର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ସମ୍ବିଧାନରେ ପଛୁଆ ବର୍ଗ ଜାତିକୁ ଅବହେଳା ଏବଂ ଗୋପାଳ ସମାଜର ସଂଖ୍ୟା ଗରିଷ୍ଠତା ଯୋଗୁଁ ଆଗାମୀ ୨୦୨୪ ନିର୍ବାଚନ ଲୋକସଭା ଆସନରେ ଜାତିର ଜଣେ ସଦସ୍ୟ ପ୍ରତିନିଧିତ୍ଵ କରିବା ଦାବିରେ ରବିବାର ଦିନ ସମାଜ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ସ୍ଥିତ ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ସଭାଗୃହ ପରିସରରେ ତିନି ତାଲୁକା ସଭାପତି ମନୋରଞ୍ଜନ ଗୈାଡଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀରେ ଜାତୀୟ ସଂଖ୍ୟା ଲଘୁ ସମ୍ପ୍ରଦାୟ (ୟୁଏନବିସି) ସଭାପତି ଦିପକ କୁମାର ଗୌଡ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଏସି ,ଏସଟି ଓ ପଛୁଆବର୍ଗଙ୍କୁ ସାମ୍ବିଧାନୁକ ଅଧିକାର ନଂ ମିଳିବା , ସଂଖ୍ୟା ଗରିଷ୍ଠ ତାଲିକାରେ ଏଭଳି ଅନେକ ଜାତି ଥିଲେ ମଧ୍ୟ ସେମାନଙ୍କୁ ଅବହେଳା ପ୍ରଦର୍ଶନ , ଜାତିର ରାଜନୈତିକ ଅଧିକାର ପାଇଁ ଆଉ ଏକ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ। ଯେହେତୁ ଓଡିଶାରେ ଗୌଡ ସମ୍ପ୍ରଦାୟର ୪୦ ପ୍ରତିଶତ ଭୋଟ ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ସମ୍ପ୍ରଦାୟରୁ ଜଣେ ହେଲେ ଲୋକସଭାକୁ ପ୍ରତିନିଧ୍ୟତ୍ୱ ନକରିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ଆସନ୍ତା ୨୦୨୪ ନିର୍ବାଚନରେ ଓଡିଶାର ୧୪୭ ବିଧାନସଭା ଆସନ ମଧ୍ୟରୁ ୯୧ ଆସନରେ ଗୌଡ ସମାଜ ପକ୍ଷରୁ ପ୍ରାର୍ଥୀ ଦେଇ ପ୍ରଥମ ଥର ପାଇଁ ନିଜର ଶକ୍ତି ପ୍ରଦର୍ଶନ କରିବ ବୋଲି କୁଳସମାଜ କର୍ମକର୍ତା ମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଗୌଡ ସମାଜର ୭୮ ହଜାର ଗୌଡ ସମ୍ପ୍ରଦାୟର ଭୋଟ ରହିଛି । ଆବଶ୍ୟକ ପଡିଲେ ଗୌଡ ଜାତିକୁ ସଂଗଠିତ କରି ରାଜନୈତିକ ଲଢେଇ ଜାରୀ ରଖିବ ବୋଲି ଜାତୀୟ ସଂଖ୍ୟାଲଘୁ ସମ୍ପ୍ରଦାୟ ସଭାପତି ଶ୍ରୀ ଗୌଡ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସଦସ୍ୟ ପିତାମ୍ବର ଗୌଡ , ରବିଚନ୍ଦ୍ର ଗୌଡ ଓ ରାଧାକାନ୍ତ ମାହାଙ୍କୁଡଙ୍କ ସମେତ ସମାଜର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here