ହକି ବିଶ୍ୱକପ ଉପଲକ୍ଷେ ପ୍ରତିଯୋଗିତା ଓ ରାଲି

0
191

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଡିଗ୍ରୀ କଲେଜ ପକ୍ଷରୁ ହକି ବିଶ୍ୱକପ ଉପଲକ୍ଷେ ଜାନୁଆରୀ ୧୯ ତାରିଖ ଦିନ ଏକ ରାଲି ଓ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପ୍ରକାରେ ଗତ ଜାନୁଆରୀ ୧୩ ତାରିଖ ଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ୱକପ ପ୍ରତି ଆଗ୍ରହ ସୃଷ୍ଟି ପାଇଁ କଲେଜ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କଲେଜ ପ୍ରିନ୍ସପାଲ ଡକ୍ଟର ବିବେକାନନ୍ଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯ ତାରିଖ ଦିନ ଝୋଟି ଓ ରାଲି ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ବୃନ୍ଦ ହକି ବିଶ୍ୱକପ ଚିତ୍ର ଓ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଓ ବ୍ୟାନେର ଧରି ରାଳିରେ ବାହାରି ହକି ବିଶ୍ୱକପ ପାଇଁ ଜନସାଧାରଣଙ୍କ ଆଗ୍ରହ ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ଆଇ.କିୟୁ.ଏ.ସି. ସଂଯୋଜକ ଡକ୍ଟର ଏ.ଜିତେଶ ରାଓ, ଗୋପୀନାଥ ମହାନ୍ତି, ଅମୀୟ କୁମାର ସ୍ବାଇଁ, ମିନତୀ ଆଚାରୀ, ପ୍ରେମାନନ୍ଦ ପ୍ରଧାନ, ଭକ୍ତଲତା ମହାପାତ୍ର, ସଲୀଳା ନାୟକ, କ୍ରୀଡା ଅଧ୍ୟାପକ ଭଞ୍ଜ କିଶୋର ଗୌଡ଼ଙ୍କ ସମେତ କଲେଜର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here