ଲୋକକଳାକୁ ପ୍ରଚାର ନିମନ୍ତେ କଳାକାର ପ୍ରଶିକ୍ଷଣ ଶିବିର

0
307

ଦିଗପହଣ୍ଡି – ରବିବାର ଦିନ ଦିଗପହଣ୍ଡି ବ୍ଳକ ସମ୍ମିଳନୀ କକ୍ଷରେ ବ୍ଳକ କଳା ସଂସ୍କୃତି ସଂଘ ସଭାପତି ତଥା ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଲୋକକଳାକୁ ପ୍ରଚାର ପ୍ରସାର ନିମନ୍ତେ କଳାକାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଆୟୋଜିତ ଶିବିରରେ ବ୍ଳକ ଅଧ୍ୟକ୍ଷା ଯମୁନା ନାୟକ , ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ପାଢୀ , ଜିପିଇଓ ଉମେଶ କୁମାର ସେଠୀ , ସଂଘ ଉପସଭାପତି ବିପିନ ବିହାରୀ ଦାସ , ପ୍ରହଲ୍ଲାଦ ନାଟକ ବରିଷ୍ଠ ଗୁରୁ ଦାସରଥୀ ରେଡ୍ଡୀ , ବି ଏସ୍ ଏସ୍ ଓ ରଶ୍ମୀ ପ୍ରକାଶିନୀ ଜାନୀ ମଞ୍ଚାସୀନ ରହି ବିଭିନ୍ନ ସ୍ତରର କଳାକାରଙ୍କ ପ୍ରତିଭା ଲୋକଲୋଚନକୁ ଆଣିବା ନିମନ୍ତେ ଏବଂ ବ୍ଳକର ୬୦ ଗୋଟି କଳାକାର ସଂଘ ସଦସ୍ୟ ମାନେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ୧୫ ଗୋଟି ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଗ୍ରାମାଞ୍ଚଳରେ କିଭଳି ଲୋକଙ୍କୁ କିପରି ସଚେତନ , ପ୍ରଚାର ଓ ପ୍ରସାର କରିପାରିବେ ତାହାକୁ ନେଇ ବାଘ ନାଚ ଓ ଭାରତ ଲୀଳା ମାଧ୍ୟମରେ କଳାକାରଙ୍କୁ ତାଲିମ ଦିଆଯାଇଥିଲା । ରାଜ୍ୟ ସଂସାଧନ ସଭ୍ୟ ଆଲୋକ ବିଷୋୟୀ ମଞ୍ଚ ପରିଚାଳନା କରିଥିବା ବେଳେ ବହୁ କଳାକାର ସଂଘ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here