ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ଗୋକର୍ଣ୍ଣପୁର ପଞ୍ଚାୟତ ସ୍ତରୀୟ ସଚେତନତା

0
359

ଦିଗପହଣ୍ଡି – ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ନିମନ୍ତେ ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ରବିବାର ଦିନ ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ଗ୍ରାମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ସରପଞ୍ଚ ବି . ଆରତୀ ଦୋରା , ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ବ୍ଳକ ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ , ଜିଲ୍ଲା ବିଜେଡ଼ି ଉପସଭାପତି ବି . କ୍ରିଷ୍ଣାରାଓ ସୁବୁଦ୍ଧି , ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସେଠୀ , ପୂର୍ବତନ ସମିତି ସଭ୍ୟ ସଦାନନ୍ଦ ଦୋରା , ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା , ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସେଠୀ , କନିଷ୍ଠ ଯନ୍ତ୍ରୀ ଇଂ . କାଳିଚରଣ ଷଡ଼ଙ୍ଗୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଜାଗିଲି ସାହୁ , ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ ପ୍ରମୁଖ ମଞ୍ଚାସୀନ ରହି ଦୀପ ପ୍ରଜ୍ବଳନ କରି ଶିବିର କାର୍ଯ୍ଯର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ , ଧାର୍ମିକ ସ୍ଥଳୀ ଓ ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ , ମହିଳା ସଶକ୍ତିକରଣ , କ୍ରୀଡା , ଐତିହ୍ୟ ଭିତ୍ତିଭୂମିର ବିକାଶ , ସୁଗମ ପରିବହନ ବ୍ୟବସ୍ଥା ସମେତ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନାରେ ଗରିବ ଲୋକଙ୍କ ମାଗଣା ଚିକିତ୍ସା , ବିଭିନ୍ନ ଭତ୍ତା ସମ୍ପର୍କିତ ଯୋଜନା ଗୁଡିକ ଦାସ କାଠିଆ ମାଧ୍ୟମରେ ପ୍ରଚାର କରାଯାଇ ଉପସ୍ଥିତ ପଞ୍ଚାୟତବାସୀଙ୍କୁ ସଚେତନତା କରାଯାଇଥିଲା । ଶେଷରେ ମହିଳା ମାନଙ୍କ ବ୍ଯାଙ୍କିଙ୍ଗ କାର୍ଯ୍ୟ ନିମନ୍ତେ ଗୋକର୍ଣ୍ଣପୁର ମିଶନ ଶକ୍ତି ତରଫରୁ ବ୍ଯାଙ୍କ ମିତ୍ର ଜ୍ୟୋତି ରେଡ୍ଡୀଙ୍କୁ ଏକ ଲାପଟପ ପ୍ରଦାନ କରାଯାଇଥିଲା । ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ଦାସ , ବିଦେଶୀ ସେଠୀ , ବଂଶୀ ଦୋରା , ନାରାୟଣ ରେଡ୍ଡୀ ସମେତ ଅଙ୍ଗନୱାଡ଼ି , ଆଶାକର୍ମୀ , ମହିଳା ଗୋଷ୍ଠୀ ଏବଂ ପଞ୍ଚାୟତବାସୀ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here