ମାଣିତରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ଆତ୍ମା ସୁରକ୍ଷା ତାଲିମ ଶିବିର” ଉଦଯାପିତ

0
144

ବୁଗୁଡା :ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମା ସୁରକ୍ଷା ତାଲିମ ଶିବିର ଜାନୁଆରୀ ୧୨ ତାରିଖ ଠାରୁ ଆରମ୍ଭ ହୋଇ ଜାନୁଆରୀ ୧୯ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଉଦଯାପାନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଡକ୍ଟର ରାଧାକାନ୍ତ ନାୟକ, ମୁଖ୍ୟ ବକ୍ତା ଭାବେ ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ସନ୍ତୋଷ କୁମାର ସ୍ୱାଇଁ, କାହ୍ନୁ ଚରଣ ଦାଶ, ଅଧ୍ୟାପିକା ପ୍ରଜ୍ଞା ପାରାମିତା ସାହୁ, ବୁଗୁଡା ଏବିଇଓ ସୀମାଞ୍ଚଳ ସେଠୀ, ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା, ଓ ସଂଯୁକ୍ତା ପାତ୍ର ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସୁଚିତ୍ରା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଷ୍ଟର ଟ୍ରେନର ଦ୍ବୟ ମଧୁମିତା ଜେନା ଓ ସମିତା ଜେନା ଛାତ୍ରୀମାନଙ୍କୁ ଆଠ ଦିନ ଧରି ଆତ୍ମ ସୁରକ୍ଷା ପାଇଁ ତାଲିମ ପ୍ରଦାନ କରିଥିଲେ। ଛାତ୍ରୀମାନେ ତାଲିମ ଶିବିରରେ ଶିକ୍ଷା ଲାଭ କରିଥିବା ଆତ୍ମା ସୁରକ୍ଷା କୌଶଳ ଅତିଥି ବୃନ୍ଦଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ।ଅର୍ଚନା କୁମାରୀ ମୁନି ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here