ଦଣ୍ଡନାଚ ରେ ଅଶ୍ଳୀଳତାର ପ୍ରସାର ବନ୍ଦ କର :ପୂଜ୍ୟ ପୂଜା ସମିତି ଆୟୋଜକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

0
280

ବ୍ରହ୍ମପୁର() ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମହିଳାଙ୍କୁ ବଜାର ଦ୍ରବ୍ୟ ଭାବେ ବ୍ୟବହାର କରାଯାଉଥିବା ବ୍ୟବସ୍ଥା ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଆଜି ସାମାଜିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି l ପ୍ରକାଶଯୋଗ୍ୟ ଯେ,ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ପାରମ୍ପରିକ କଳା ଓ ସଂସ୍କୃତି ଭାବେ ପରିଚୟ ସୃଷ୍ଟି କରିଥିବା ଦଣ୍ଡନାଚ ଆଜି କିଛି ବର୍ଷରୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟବସାୟୀଙ୍କ ହାତରେ ପଡି ଏହାକୁ ଏକ ବ୍ୟବସାୟିକ ଅନୁଷ୍ଠାନ ଭାବେ ବ୍ୟବହାର କରାଯାଉଛି ଓ ଅଧିକରୁ ଅଧିକ ଲାଭ ଆଶାରେ ସାମାଜିକ ନାଟକ ପ୍ରଦର୍ଶନ ନାଁ ରେ କିଛି ଯୁବତୀ ଙ୍କୁ ମଞ୍ଚରେ ଅଶ୍ଳୀଳ ନଗ୍ନ ନୃତ୍ୟ ଓ ଆଚରଣ ପ୍ରଦର୍ଶନ କରାଯାଉଛି l ଦିନ ବେଳା ଧୂଳିଦଣ୍ଡ, ପାଣିଦଣ୍ଡ କୁ ଅତ୍ୟନ୍ତ ଶୃଙ୍ଖଳାର ସହ ଗ୍ରାମ୍ୟ କଳା ଓ ପାରମ୍ପରିକ କଥିତ ଲୋକ କଥାକୁ ପ୍ରାଧାନ୍ୟ ଦେଇ ଜନ ଆଦୃତ ହେଉଥିବାବେଳେ ରାତିରେ ମଞ୍ଚରେ ବିଭିନ୍ନ ସାମାଜିକ ନାଟକ ନାଁ ରେ ଅଶ୍ଳୀଳ ଓ ନଗ୍ନ ନୃତ୍ୟ ବେଶଭୁଷା ପକାଇ ପ୍ରଦର୍ଶନ ଦ୍ୱାରା ଏକ ଅପସଂସ୍କୃତି ର ପ୍ରଚାର ପ୍ରସାର କରାଯିବାସହ ଶବ୍ଧ ପ୍ରଦୂଷଣ ଯୋଗୁଁ ଅଂଚଳବାସୀ ଖୁବ ପ୍ରଭାବିତ ହେଉଛନ୍ତି l ନାଟକ ଓ କଳାକାରଙ୍କ ଆର୍ଥିକ ନିରାପତ୍ତା ପାଇଁ ସରକାର କୌଣସି ବ୍ୟବସ୍ଥା କରିନଥିବାବେଳେ ଦେବ କାର୍ଯ୍ୟ ମଧ୍ୟରେ ଏହିପରି ନଗ୍ନତା କୁ ଖୁଲମଖୁଲା ପ୍ରସାରଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି ଅଙ୍କୁଶ ମୂଳକ ପଦକ୍ଷେପ ନ ନେବା ଜିଲ୍ଲାବାସୀ ଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିଛି l ସପରିବାର ସହ ଏହିପରି ନାଟକ ଦେଖିବା ଗ୍ରହଣୀୟ ହେଉନଥିବା ବେଳେ ମାନସିକ କରିଥିବା ଆୟୋଜକ ମାନେ ମଧ୍ୟ ଏହିପରି ଅପରାଧ ମୂଳକ କାର୍ଯ୍ୟରେ ଭାଗିଦାର ଅଟନ୍ତି ବୋଲି ପୂଜ୍ୟ ପୂଜା ସମିତି ର ସଭାପତି ବଂଶୀଧର ଭୂୟାଁ ମତବ୍ୟକ୍ତ କରିଛନ୍ତି l ଏହା ଦ୍ୱାରା ପ୍ରକୃତ କଳା ଓ କଳାକାରଙ୍କ ମର୍ଯ୍ୟାଦାରେ ମଧ୍ୟ ଆଞ୍ଚ ଆସୁଛି l ନାଟକ ନାଁ ରେ ଏହିପରି ଅଶ୍ଳୀଳ ନଗ୍ନତା କୁ ପ୍ରଦର୍ଶନ କରୁଥିବା ଆୟୋଜକ ଓ ନାଟକ ମାଲିକ, ପରିଚାଳକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପୂଜ୍ୟ ପୂଜା ସମିତି ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l

LEAVE A REPLY

Please enter your comment!
Please enter your name here