କଳିଙ୍ଗାରେ ଓଲଟିଲା ଆମ୍ବ ବୋଝେଇ ପିକଅପ  

0
523

ଭଞ୍ଜନଗର(ନିଳୁ ବିଶୋଇ):କଳିଙ୍ଗା  ଘାଟିରେ ରବିବାର ବିଳମ୍ବିତ ରାତିରେ ଏକ ଆମ୍ବ ବୋଝେଇ ପିକଅପ  ଭ୍ୟାନ ଓଲଟି ଯାଇଛି | କନ୍ଧମାଳ ଜିଲ୍ଲା ରାଇକିଆ ରୁ ଆମ୍ବ ବୋଝେଇ ହୋଇ ଛତିଆବଟ ଯାଉଥିବା ସମୟରେ ଦୁର୍ଘଟଣା ଗସ୍ତ ହୋଇଛି  |ଘାଟିରେ ତଳକୁ ଖସିବା ସମୟରେ  ହଠାତ ପିକଅପ ଭ୍ୟାନର ବ୍ରେକ ଫେଲ ହୋଇଥିଲା  ଫଳରେ ଗାଡି ଚାଳକ ବିଶ୍ୱନାଥ ସାମଲ (32) ଗୁରୁତର ଆହତ ହୋଇଛନ୍ତି |ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡିଚାଳକଙ୍କୁ ଉଦ୍ଧାର କରି  ଭଞ୍ଜନଗର ଡାକ୍ତରଖାନା କୁ ପଠାଇବା ସହ ତଦନ୍ତ ଚଳାଇଥିବା ସୂଚନା ରହିଛି |

LEAVE A REPLY

Please enter your comment!
Please enter your name here