ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଚାଉଳ କଳସକୁ ବୁଗୁଡ଼ାରେ ସ୍ୱାଗତ

0
146

ବୁଗୁଡା : ପ୍ରଭୁ ଶ୍ରୀ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଉତ୍ସାହ ଚାଲିଥିବା ବେଳେ ନିମନ୍ତ୍ରଣ ସ୍ୱରୂପ ସାରା ଦେଶର ସମସ୍ତ ରାଜ୍ୟକୁ ଅକ୍ଷତ ଚାଉଳ କଳସ ପଠାଯାଇଛି। ଗଞ୍ଜାମ ଜ଼ିଲ୍ଲାର ବୁଗୁଡ଼ା ସହରକୁ ପ୍ରଭୁଙ୍କ ଅକ୍ଷତ ଚାଉଳ କଳସ ସ୍ୱାମୀ ସତ୍ୟାନନ୍ଦ ଗିରି ଶ୍ରୀକ୍ଷେତ୍ର ଧାମରୁ ଆଣି ପହଁଞ୍ଚିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ବୁଗୁଡ଼ା ସହର ଉପକଣ୍ଠ କୁସୁମୀ ସେତୁ ନିକଟରୁ ବହୁ ନରନାରୀ ସ୍ୱାଗତ କରି ସହର ପରିକ୍ରମା କରି ବୁଦ୍ଧଖୋଲ ଛକ ଠାରୁ ଫେରିଆସି ଶିଶୁ ମନ୍ଦିରରେ ରଖାଯାଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଗୋକୁଳାନନ୍ଦ ମଳିକ, ପ୍ରଭାକର ପଣ୍ଡା, ଗୋପାଳ ଚନ୍ଦ୍ର ନାୟକ, ଜୟନ୍ତ ପଟ୍ଟନାୟକ, ରଜତ କୁମାର ପୃଷ୍ଟି, ରମେଶ ଚନ୍ଦ୍ର ଆଲଟିଆ, ହରପ୍ରସାଦ ଦାଶ, ତ୍ରିଲୋଚନ ପଣ୍ଡା, ଅଶୋକ କୁମାର ପାଢ଼ୀ, ଉତ୍ତମ କୁମାର ମହାରଣା, କେଦାରନାଥ ମହାରଣା, ତ୍ରିଲୋଚନ ସାହୁ, ପ୍ରଦୀପ କୁମାର ପାତ୍ର, ଗାନ୍ଧୀ ପ୍ରଧାନ, ଡ଼ି.ସନ୍ତୋଷ କୁମାର ପାତ୍ର, ମମତା କୁମାରୀ ସାହୁ ପ୍ରମୁଖ ବହୁ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ଏହି ଅକ୍ଷତ ଚାଉଳକୁ ପ୍ରତି ପଞ୍ଚାୟତଙ୍କୁ ପଠାଇବା ବ୍ୟବସ୍ଥା କରାଯିବ ବୋଲି ସ୍ୱାମୀ ସତ୍ୟାନନ୍ଦ ଗିରି ପ୍ରକାଶ କରିଛନ୍ତି l

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here