“ଘୁମୁସର ର ସ୍ୱର” ର ୯୫ ତମ ପୂର୍ଣ୍ଣିମା ସାହିତ୍ୟ ଆସର

0
271

ବୁଗୁଡା(ଅନିଲ କୁମାର ମହାରଣା) ଘୁମୁସର ର ରାଜବଂଶ ର ଐତିହ ଅତି ପ୍ରାଚୀନ, ବହୁ ଐତିହାସିକ ପୀଠ ସହ ,କିମ୍ବଦନ୍ତୀ ଓ ଜନଶ୍ରୁତି କୁ ନେଇ ଏହି ରାଜ୍ୟର ଐତିହ ପରିପୃଷ୍ଟା ଏକଦା ସୋମବଂଶୀ ରାଜା ମାନଙ୍କର ଗଡ଼ ଥିବା ମାଳତୀ ଗଡ଼ ଠାରେ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ୱର” ପକ୍ଷରୁ ୯୫ ତମ ପୂର୍ଣ୍ଣିମା ସାହିତ୍ୟ ଆସର ଓ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ଡ଼ଃ ବି. ପ୍ରକାଶ ଚନ୍ଦ୍ର ପାତ୍ର ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ଗଂଜାମ ଜିଲ୍ଲାର ବରିଷ୍ଠ ସାହିତ୍ୟିକ କବି ଅନନ୍ତ କର,କୃଷ୍ଣ ଚନ୍ଦ୍ର ତ୍ରିପାଠୀ , ଡ଼ଃ ବୟମନୁ ଚର୍ଚି, ଡା.ପ୍ରଦୀପ ଚନ୍ଦ୍ର ସିଂହ, ଗୋପାଳ ଚନ୍ଦ୍ର ଲେଙ୍କା, କବି ଭାସ୍କର ରାଉତ, ଡ଼ଃ ଶ୍ୟାମ ପ୍ରସାଦ ମିଶ୍ର, ଡ଼ଃ ବିମଳ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମାଳତୀ ଗଡ଼ର ଐତିହ ସମ୍ପର୍କରେ ଆଲୋଚନା କରିଥିଲେ । କେଶରାପଲ୍ଲୀ ର ପବିତ୍ର ରତନେଇ ପୀଠରେ ବିଶିଷ୍ଟ ଶିକ୍ଷାବିତ ସୁରେଶ ଚନ୍ଦ୍ର ଦାସ, ବୁଗୁଡା ଓ ବଳରାମ ସ୍ୱାଇଁ, ଭଞ୍ଜନଗର ଦୁଇ ଜଣଙ୍କୁ “ଘୁମୁସର ର ସ୍ୱର” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ କବିତା ଆସର କାର୍ଯ୍ୟକ୍ରମରେ କବି ଡ଼ା ବିମଳା ପ୍ରାସାଦ ପଟ୍ଟନାୟକ, ଏ ତିରୁମଲ୍ଲା ଆଚାରି , କାର୍ତ୍ତିକେଶ୍ୱର ପ୍ରଧାନ, ଡ଼ଃ ନଳିନୀ ପ୍ରଭା ଦଶ, ଡ଼ଃ ସୁଜାତା ସିଂ, ମନୋଜ ପଟ୍ଟନାୟକ, ଏ ପ୍ରଶାନ୍ତ ଆଚାରି, ପଞ୍ଚାନନ ନାହାକ,ମନୋଜ କୁମାର ପଟ୍ଟନାୟକ , ପ୍ରକାଶ ପାତ୍ର,ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ କବିତା ପାଠ କରିଥିବା ବେଳେ ନାହାଡ ଯୁବ ସଂସଦର ପ୍ରତିନିଧି ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଉକ୍ତ ଆସରରେ ଦୁଇ ଗୋଟି ପୁସ୍ତକ ଉନ୍ମୋଚିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here