ଚକରା ବିଷୋୟୀ ଜନ୍ମ ଜୟନ୍ତୀ ଦ୍ବିତୀୟ ଦିବସ କୋକଳବା ଜ୍ଞାନ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ

0
232

ଭଞ୍ଜନଗର : ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ଓ ଚକରା ବିଷୋୟୀ କଲଚୁରାଲ ଏକାଡେମୀ ବାହାଡାପଦର ର ମିଳିତ ଆନୁକୁଲ୍ୟରେ ଜାରି ରହିଥିବା ସପ୍ତାହେ ବ୍ୟାପୀ ଚକରା ବିଷୋୟୀ ଜନ୍ମ ଜୟନ୍ତୀ ପାଳନର ଦ୍ବିତୀୟ ଦିବସ କୋକଳବା ଜ୍ଞାନ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ସମ୍ବାଦ ସାହିତ୍ୟ ଘରର ସଭାପତି ତଥା ପ୍ରାକ୍ତନ କେ.ଏସ୍.ୟୁ.ବି କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଉପସଭାପତି ତଥା ବାହାଡାପଦର ଚକରା ବିଷୋୟୀ କଲଚୁରାଲ ଏକାଡେମୀର ସଂପାଦକ ନେତାଜୀ ବିଷୋୟୀ, ଉପଦେଷ୍ଟା ମନୁନନ୍ଦ ପତି, ଅନ୍ୟତମ ଉପଦେଷ୍ଟା ତଥା ସମାଜସେବୀ ଶୂଳପାଣୀ ଶତପଥୀ,କୋଷାଧ୍ୟକ୍ଷ ତଥା ସି.ଆର୍.ସି.ସି ତ୍ରିନାଥ ବେହେରା,ସାଂସ୍କୃତିକ ସଂପାଦକ ଅଧ୍ୟାପକ ଅଶୋକ କୁମାର ସ୍ବାଇଁ, ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ତାରିଣୀ ଓ ସହ ସଂପାଦକ ଅଧ୍ୟାପକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ ,ବରିଷ୍ଠ ସଦସ୍ୟ ପଞ୍ଚାନନ ପାଳ, ସଂଗଠନ ସଂପାଦକ ବିଶ୍ବାମ୍ବର ଜେନା ପ୍ରମୁଖ ବ୍ୟକ୍ତି ବିଶେଷ ା ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ସ୍ଥାନୀୟ ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକ ା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୀତାମ୍ବର ପାଢୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଅତିଥି ଆମନ୍ତ୍ରଣ କରିଥିବା ବେଳେ ଅନ୍ୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ବୃନ୍ଦ ,ଗ୍ରାମବାସୀ ତଥା ଛାତ୍ର ଛାତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ା କାର୍ଯ୍ୟକ୍ରମ ତରଫରୁ ଚକରା ବିଷୋୟୀ ବେଶରେ ସଜ୍ଜିତ ଛାତ୍ର ଜିତୁ ମଳିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here