ଶ୍ରୀମତି ତାରିଣୀ ଗୟାଙ୍କ ସ୍ମୃତିରେ ଶରୀର ଦାନ ସଚେତନତା ସଭା

0
134

ବ୍ରହ୍ମପୁର “ଶରୀର ଦାନ -ମହତ ଦାନ” ଅଭିଯାନକୁ ଆଗକୁ ନେଇ ଆଉ ଜଣଙ୍କୁ ଦୃଷ୍ଟି ଶକ୍ତି ଦେବା, ଅଙ୍ଗ ଦାନ କରିବା ଓ ଶରୀର ସମ୍ବନ୍ଧୀୟ ବ୍ୟବହାରିକ ଡାକ୍ତରୀ ବିଜ୍ଞାନ ଗବେଷଣା ପାଇଁ ନିଜର ଶରୀରକୁ ଦାନ କରିବା ଭଳି ଦୃଷ୍ଟାନ୍ତ ଆମ ସମାଜରେ ଅତି କମ ଦେଖାଯାଉଛି l ୨୦୨୧ମସିହା ଡିସେମ୍ବର ୨୧ତାରିଖରେ ବ୍ରହ୍ମପୁରର ଶ୍ରୀମତି ତାରିଣୀ ଗୟା ମୃତ୍ୟୁ ପରେ ଚକ୍ଷୁ ଦାନ ସହ ନିଜ ଶରୀରକୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ଦାନ ଦେଇଥିଲେ l ଉକ୍ତ ଦିବସକୁ ସ୍ମରଣାର୍ଥେ ଆଜି ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଏମକେସିଜି ମେଡିକାଲ ଛକଠାରେ ତାଙ୍କ ସ୍ମୃତି ଚାରଣ ସହ ଶରୀର ଦାନ-ଅଙ୍ଗ ଦାନ ସମ୍ବନ୍ଧରେ ଏକ ସଚେତନତା ସଭା ଆୟୋଜନ କରିଥିଲେ l ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ଅଧ୍ୟକ୍ଷ ସୁଧୀର ରାଉତ ଏହି ସଭାକୁ ଉଦଘାଟନ କରି ସମସ୍ତଙ୍କୁ ଅଙ୍ଗ ଦାନ ଓ ଶରୀର ଦାନ ପାଇଁ ଆଗକୁ ଆସିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ମହାରଣା ଓ ଲକ୍ଷ୍ମୀ ନୃସିଂହ ରଥଙ୍କୁ ଶରୀର ଦାନ ପାଇଁ ସଂକଳ୍ପ ଓ ତାଙ୍କ ନିଷ୍ଠାପର ସମାଜସେବା ପାଇଁ ମାନ ପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଛି l ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ଓକିଲ ସଂଘର ସଭାପତି ଡ.ମିନତୀ ରଥ ଯୋଗଦେଇ ଶରୀର ଦାନ ପ୍ରକ୍ରିୟାରେ ସରକାରୀ ଭାବେ ସଚେତନତା ସୃଷ୍ଟି କରାଯିବାକୁ ଜୋର ଦେଇଥିଲେ l ଏତଦସହ ଓଡିଶା ଆନାଟୋମି ବିଲ ୨୦୧୨କୁ କାର୍ଯ୍ୟକାରୀ, ମେଡିକାଲ କଲେଜକୁ ମୃତ ଶରୀରକୁ ପହଞ୍ଚାଇବାପାଇଁ ବିନା ମୂଲ୍ୟରେ ଗାଡିର ବ୍ୟବସ୍ଥା କରିବା, ଏମକେସିଜି ମେଡିକାଲ ଉପର ମହଲାରେ ଥିବା ଆନାଟୋମି ବିଭାଗକୁ ମୃତ ଦେହ ବୋହିବାପାଇଁ ଷ୍ଟ୍ରେଚର ଓ ଲିଫ୍ଟ ବ୍ୟବସ୍ଥା କରିବା, ଶରୀର ଦାନ କରିଥିବା ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସମ୍ମାନlର୍ଥେ ମେଡିକାଲ କଲେଜ ପ୍ରବେଶ ଦ୍ୱାରରେ ସେମାନଙ୍କ ପରିଚୟ ଓ ଫୋଟ ଚିତ୍ର ରଖିବା ଆଦି ପାଞ୍ଚ ଦଫା ଦାବୀ କରାଯାଇଛି l ଆଜି ହିଁ ସଂକଳ୍ପ ନିଅନ୍ତୁ.. ଶୀର୍ଷକ ଲିଫଲେଟ ବଣ୍ଟନ ସହ ମଞ୍ଚ ଆବାହକ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର,ଉଦୟନାଥ ବେହେରା, କୁରା ଭରତ ବେହେରା,ମନୋଜ କୁମାର ତରାଇ,ବଂଶୀଧର ଭୂୟାଁ,ସାଲ୍ଲା କେଶବ ଲିଙ୍ଗମ,ନିରାକାର ନାୟକ,ଗଗନ ଚାନ୍ଦ ପ୍ରଧାନ,ଆର.ସତ୍ୟ ନାରାୟଣ ରାଓ,ମାଗୁଣି ନାହାକ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଏସ. ସlମ୍ବlଶିବା ରାଓ,ଅଶୋକ କୁମାର ଦଳାଇ, ପ୍ରଶାନ୍ତ କୁମାର ପଣ୍ଡା,ରାମଚନ୍ଦ୍ର ସାହାଣୀ, ବିରେନ କୁମାର ବେହେରା,ଅର୍ପିତା ପ୍ରିୟଦର୍ଶିନୀ, ସୁରେନ୍ଦ୍ର ନାଥ ପଣ୍ଡା,ଶୁଭଙ୍କର ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here