ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ସଫା କଲା ବନ ବିଭାଗ

0
133

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମର ଶ୍ରୀ ଲଙ୍ଗଳେଶ୍ବର ମନ୍ଦିର ପାର୍ଶ୍ଵରେ ଅଛି କୂର୍ମ ପୁଷ୍କରିଣୀ ତଥା ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ। ଓଡ଼ିଶାର ପୁରୀର ପ୍ରସିଦ୍ଧ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ଗୋଲିଆ ଗ୍ରାମର କୂର୍ମ ପୁଷ୍କରିଣୀରି ହିଁ ଦେଖିବାକୁ ମିଳିଥାଏ ବିରଳ ବଡ ଜାତିର କଇଁଚ ବା କୂର୍ମ । କଥିତ ଅଛି ପୁରୀ ଗଜପତି ରାଜାଙ୍କ ଏକ ଉନ୍ମତ୍ତ ହାତୀକୁ ଗୋଲିଆ ଗ୍ରାମର ହାତୀରାମ ଦୋରା ବୁଦ୍ଧି ଖଟାଇ ଆୟତ୍ତ କରିଥିଲେ। ପୁରୀ ଗଜପତି ରାଜା ହାତୀରାମ ଦୋରାଙ୍କ ଅନୁରୋଧ କ୍ରମେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରୁ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା କୂର୍ମ ପୁରସ୍କାର ପ୍ରଦାନ କରିଥିଲେ। ହାତୀରାମ ସେହି ଦୁଇଟି କୂର୍ମ ଆଣି ନିଜ ଗ୍ରାମର ଶ୍ରୀ ଲଙ୍ଗଳେଶ୍ବର ମନ୍ଦିର ପାର୍ଶ୍ଵରେ ଥିବା ପୋଖରୀରେ ଛାଡିଥିଲେ। କ୍ରମେ ଏହି ବିରଳ ପ୍ରଜାତିର କଇଁଚ ପୁଷ୍କରିଣୀରେ ସଂଖ୍ୟା ବୃଦ୍ଧି କରି ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଭାବେ ପରିଚିତ ହେଲା। ଏହି ଐତିହାସିକ ପୁଷ୍କରିଣୀରି ରକ୍ଷଣାବେକ୍ଷଣ ଦାୟିତ୍ୱ ବର୍ତ୍ତମାନ ବନବିଭାଗ ନେଇଥିବା ବେଳେ ଅନୁଦାନ ଅଭାବରୁ ଅପରିଷ୍କାର ହୋଇପଡିଥିଲା। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ କୁମାର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ବୃନ୍ଦ ଗୋଲିଆର କୂର୍ମ ପୁଷ୍କରିଣୀକୁ ସଫାସୁତୁରା କରିଥିଲେ। ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଜଡିତ ଗୋଲିଆର ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ରକ୍ଷଣାବେକ୍ଷଣ ଦାୟିତ୍ୱ ପାଇଁ ବନ ବିଭାଗ ନିୟମିତ ଅନୁଦାନ ପ୍ରଦାନ ପାଇଁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here