ଦୁଇ ସ୍ଥାନରେ ଆଳିୟ ଖଣ୍ଡାୟତ ସମାଜର ଗୃହ ଉଦଘାଟନ

0
137

ପୋଲସରା: ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ଓ ଆସିକା ସହର ଅନ୍ତର୍ଗତ ବିଜୁ ପଟ୍ଟନାୟକ ଛକ ନିକଟରେ ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜର ଦୁଇଟି ଗୃହକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ଦ୍ୱାରା ଡିସେମ୍ବର ୮ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ପୋଲସରା ବ୍ଲକ୍ ଅନ୍ତର୍ଗତ ଜକର ଗ୍ରାମରେ ଆଳିୟ ଖଣ୍ଡାୟତ ସମାଜ ଗୃହକୁ ବିଧାୟକ ଶ୍ରୀକାନ୍ତ ସାହୁ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଆଳିୟ ସମାଜ ମଣ୍ଡଳ ସଭାପତି କବିରାଜ ମହାନ୍ତି, ସରପଞ୍ଚ ଦୀପିକା ବାରିକ ଓ ସମିତି ସଭ୍ୟ ଶିବରାମ ନାହାକ ଓ ଆଳିୟ ଖଣ୍ଡାୟତ ସମାଜର ବ୍ୟକ୍ତି ବୃନ୍ଦ ଉପସ୍ଥିତ ଥିଲେ। ସେହିପରି ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ନୂତନ ସମାଜ ଗୃହକୁ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଆଳିୟ ଖଣ୍ଡାୟତ ସମାଜର କୁଳାଧିପତି ପ୍ରହଲ୍ଲାଦ ଲେଙ୍କା ଓ ମଣ୍ଡଳ ସଭାପତି କବିରାଜ ମହାନ୍ତି ଓ ସମାଜର ବ୍ୟକ୍ତି ସମୂହ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here