କଳାହାଣ୍ଡି କେନ୍ଦ୍ର ସମବାୟ ବେଙ୍କ କର୍ମଚାରୀ ଙ୍କ ଧର୍ମଘଟ, ଗ୍ରାହକ ହଇରାଣ

0
174

କଳାହାଣ୍ଡି: ଭବାନୀପାଟଣା କେନ୍ଦ୍ର ସମବାୟ ବେଙ୍କ କର୍ମଚାରୀ ସଂଘ ର ଆହ୍ବାନ କ୍ରମେ କଳାହାଣ୍ଡି ଜିଲ୍ଲାର ସମସ୍ତ ବେଙ୍କ ଶାଖା ରେ କର୍ମଚାରୀ ମାନେ ଧର୍ମଘଟ ରେ ସାମିଲ ହୋଇଛନ୍ତି । ଫଳତଃ ଜିଲ୍ଲାର ସମସ୍ତ ସମବାୟ ବେଙ୍କ ଶାଖା ଗୁଡିକରେ ବେଙ୍କ ସେବା ବନ୍ଦ ରହିବା ହେତୁ ଗ୍ରାହକ ମାନେ ହଇରାଣ ହରକତ ହେଉଥିବା ଦେଖା ଯାଉଛି । ସପ୍ତମ ବେତନ କମିଶନ ବକେୟା ପ୍ରଦାନ, ପେନସନ କର୍ପସ ଫଣ୍ଡ କାର୍ଯ୍ୟକାରୀ କରିବା, କେନ୍ଦ୍ର ସମବାୟ ବେଙ୍କ ର ପୁନର୍ବିନ୍ୟାସ କରିବା ସମେତ ତିନି ଦଫା ଦାବି ନେଇ ବେଙ୍କ କର୍ମଚାରୀ ସଂଘ ଧର୍ମଘଟ ଆହ୍ବାନ କରିଥିବା ଜଣାପଡିଛି । ଭବାନୀପାଟଣା ଶାଖା ରେ ଜିଲ୍ଲା ସଭାପତି ଙ୍କ ନେତୃତ୍ବ ରେ ଧାରଣା ଦେଇଥିବା ବେଳେ ଜୁନାଗଡ ଶାଖାରେ ପରିକାଳକ ବୁଦ୍ଧିମାନ ପାତ୍ର ଙ୍କ ନେତୃତ୍ଵ ରେ ଧାରଣା ଦିଆ ଯାଇଥିବା ଦେଖା ଯାଇଥିଲା । ଗ୍ରାହକ ମାନେ ବେଙ୍କ ସେବା ପାଇ ନ ପାରି ହଇରାଣ ହେଉଥିବା ଦେଖା ଯାଇଥିଲା । ଜିଲ୍ଲାର ସମସ୍ତ ବେଙ୍କ ଶାଖା ଧର୍ମଘଟରେ ସାମିଲ ହୋଇଥିବା ଜଣା ପଡିଛି । ଅକ୍ଟୋବର ୨୫ ତାରିଖ ରୁ ୨୭ ପର୍ଯ୍ୟନ୍ତ କୁ ଏହି ଧର୍ମଘଟ ଡାକରା ଦିଆ ଯାଇଥିବା ବେଳେ ଦାବି ପୂରଣ ନ ହେଲେ ନଭେମ୍ବର ୧୪ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି କରାଯାଇଥିବା ଜଣାପଡିଛି ।

ରିପୋର୍ଟ:ଦୁଷ୍ମନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here