ମୁମ୍ବାଇ ଓ ବେଙ୍ଗାଲୁରୁରୁ ଉଦ୍ଧାର ହେଲେ ଗଜପତି ଜିଲ୍ଲା ୯ ନାବାଳିକା-ନାବାଳକ

0
291

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା)ଗଜପତି ଜିଲ୍ଲା ର ୯ ଜଣ ନାବାଳିକା, ନାବାଳକ ମୁମ୍ବାଇ ଏବଂ ବାଙ୍ଗାଲୋରରୁ ଉଦ୍ଧାର ହୋଇଥିବା ୩ ନାବାଳିକା ଏବଂ ୬ନାବାଳକଙ୍କୁ ଉଦ୍ଧାର କରି ଗଜପତି ଜିଲ୍ଲା କୁ ଆଣିଥିଲେ ଗଜପତି ଜିଲ୍ଲା ପ୍ରଶାସନ । ବିଭିନ୍ନ ମାଧ୍ୟମରୁ ଖବର ପାଇବା ପରେ ଗଜପତି ଜିଲ୍ଲା ପ୍ରଶାସନ ପ୍ରଥମେ ମୁମ୍ବାଇର ଅନେକ ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ଶିଶୁ ମଙ୍ଗଳ ସମିତି ସହ ଯୋଗାଯୋଗ କରିବା ପରେ କିପରି ଶିଶୁମାନଙ୍କୁ ମୁମ୍ବାଇରୁ ଉଦ୍ଧାର କରି ଗଜପତି ଜିଲ୍ଲାକୁ ଅଣାଜିବ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ ଗଜପତି ଜିଲ୍ଲା ପ୍ରଶାସନ କଲେ ଉଦ୍ଧାର ମୁମ୍ବାଇ ପ୍ରଶାସନିକ କହିବା ଅନୁସାରେ, ଏହି ତିନି ନାବାଳିକାଙ୍କୁ ଲୋକମାନ୍ୟ ତିଲକ ଟର୍ମିନାଲରୁ ରେଳବାଇ ଚାଇଲ୍ଡଲାଇନ୍ ଉଦ୍ଧାର କରିଥିଲା । ଏହି ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଏକ ୪ଜଣିଆ ଟିମ୍ ମୁମ୍ବାଇ ଗସ୍ତ କରିଥିଲେ । ଏହାପରେ ମୁମ୍ବାଇ ପ୍ରଶାସନ ସହାୟତାରେ ଶିଶୁମାନଙ୍କୁ ନେଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ପହଞ୍ଚିଛନ୍ତି ।ଏହି ସମସ୍ତ ଶିଶୁ ମୋହନା ଅଞ୍ଚଳର ହୋଇଥିବା ବେଳେ ଏହି ବିଷୟକୁ ନେଇ ମୋହନା ଥାନାରେ ମାମଲା ରୁଜୁ ହୋଇଛି । କୋଭିଡ଼ ଗାଇଡ଼ଲାଇନକୁ ଅନୁସରଣ କରି ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତି ଆଗରେ ଉପସ୍ଥାପନ କରାଯାଇଛି । ସେମାନଙ୍କ ପାଇଁ ଆବଶ୍ୟକ ଥଇଥାନ ବ୍ୟବସ୍ଥା ଗ୍ରହଣ କରାଯିବ ।ସେହିପରି ଅନ୍ୟ ଏକ ମାମଲାରେ ବାଙ୍ଗାଲୋର କାମ କରିବା ପାଇଁ ୭ଜଣ ନାବାଳକଙ୍କୁ ନିଆଯାଉ ଥିବାବେଳେ ବାଙ୍ଗାଲୋର ଚାଇଲ୍ଡଲାଇନ୍ ଏମାନଙ୍କୁ ଉଦ୍ଧାର କରିଛି । ଏନେଇ ଖବର ପାଇଲା ପରେ ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ, ପ୍ରଥମେ ବାଙ୍ଗାଲୋର ଅନେକ ଅନୁଷ୍ଠାନ ଓ ଶିଶୁ ମଙ୍ଗଳ ସମିତି ସହ ଯୋଗାଯୋଗ କରିବା ପରେ କିପରି ନାବାଳକଙ୍କୁ ବାଙ୍ଗାଲୋରରୁ ଉଦ୍ଧାର କରି ଗଜପତି ଅଣାଯିବ ତାହାପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା ।ତେବେ କୋଭିଡ଼ ଗାଇଡ଼ଲାଇନ୍ ଅନୁସରଣ କରି ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତିକୁ ଫେରାଇ ଅଣାଯାଇଛି । ସେମାନଙ୍କ ପାଇଁ ଆବଶ୍ୟକ ଥଇଥାନ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here