ପାଟପୁର ପୋଲିସ ପକ୍ଷରୁ ସାଇବର ଅପରାଧ ରୋକିବା ନେଇ ସଚେତନତା ଶିବିର

0
148

ସାନଖେମୁଣ୍ଡି – ସାଇବର ଅପରାଧିକ କାର୍ଯ୍ୟକଳାପ ରୋକିବା ଏବଂ ଠକାମୀ ଶିକାରରୁ ମୁକ୍ତି ପାଇଁ ଦିନ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପାଟପୁର ଥାନା ପୋଲିସ ପକ୍ଷରୁ ଗୁରୁବାର ଦିନ ସାଇବର ସୁରକ୍ଷା ଅଭିଯାନ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଟପୁର କଲେଜ ପଡିଆ ଠାରେ ଆୟୋଜିତ ଶିବିରକୁ ଜିଲ୍ଲା ପୋଲିସ ପକ୍ଷରୁ ସାଇବର ଅପରାଧ ସୁରକ୍ଷା ଟିମ୍ ଓ ସ୍ଥାନୀୟ ପୋଲିସ କର୍ମକର୍ତ୍ତା ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ଶିବିରର ମହତ୍ତ୍ଵ ସମ୍ପର୍କରେ ବୁଝାଇଥିଲେ । ଏପରିକି ବୈଷୟିକ ଜ୍ଞାନ କୌଶଳ ଏବଂ ଇଣ୍ଟରନେଟର ବହୁଳ ବ୍ୟବହାର ଦ୍ଵାରା ବିଭିନ୍ନ ସମୟରେ ସାଧାରଣତଃ ଲୋକମାନେ ସାଇବର ଠକାମୀର ଶିକାର ହେବାକୁ ପଡ଼ିଥାଏ । ଯାହାଫଳରେ ଏହି ଠକାମୀର ମୁକ୍ତ ପାଇବା କିମ୍ବା ସାଇବର ଧମକରୁ ନିଜକୁ ଦୂରେଇ ରହିବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଏପରିକି ସମସ୍ତ ଅନଲାଇନ ଖାତା ପାଇଁ ଅନନ୍ୟ ଏବଂ ଭିନ୍ନ ପାସ୍ ୱାର୍ଡ ବ୍ୟବହାର , ବ୍ୟକ୍ତିଗତ ତଥ୍ୟ ସେୟାରକୁ ଦୂରେଇବା , ଅଜଣା ଇମେଲ ଉପରେ କ୍ଲିକ ନ କରିବା ଭଳି ବିଭିନ୍ନ ପ୍ରସଙ୍ଗ ଶିବିରରେ ଆଲୋଚନା କରାଯାଇଥିଲା । ଯଦି ସାଇବର ଠକାମୀର ଶିକାର ହୁଅନ୍ତି ଯଥାଶୀଘ୍ର ୧୯୩୦ ନମ୍ବର ଡାଇଲ କରି ପୋଲିସର ସହାୟତା ନେବା କିମ୍ବା ସାଇବର କ୍ରାଇମ ଆପରେ ନିଜର ଅଭିଯୋଗ ଜଣାଇବାକୁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ପୃଷ୍ଟି , ଆସିକା ଏସ୍ ଡିପିଓ ଉମାଶଙ୍କର ସିଂ , ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ତହସିଲଦାର ଶ୍ରୀନିବାସ ବେହେରା ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here