ବନ୍ଥପଲ୍ଲୀରେ ଉତ୍କଳ ମହିଳା ସମିତିର ପ୍ରତିଷ୍ଠା ଦିବସ ପାଳିତ

0
206

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ ବନ୍ଥପଲ୍ଲୀ ଠାରେ ନଭେମ୍ବର ୭ ତାରିଖ ଦିନ ଉତ୍କଳ ମହିଳା ସମିତିର ୫୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଉତ୍କଳ ମହିଳା ସମିତି ର ପୋଲସରା ବ୍ଳକ କମିଟି ପକ୍ଷରୁ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବ ପ୍ରାରମ୍ଭରେରେ ବ୍ଳକ କମିଟି ଅଧ୍ୟକ୍ଷା ଜ୍ୟୋତ୍ସ୍ନା ମହାରଣା ପତଳା ଉତ୍ତୋଳନ କରିଥିଲେ। ଏହା ପରେ ଶ୍ରୀମତୀ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସିପିଆଇ ଆଞ୍ଚଳିକ ସମ୍ପାଦକ ଦଣ୍ଡପାଣି ସାମଲ ଉଦବୋଧନ ଦେଇ ଉତ୍କଳ ମହିଳା ସମିତି ର ଗୌରବମୟ ଇତିହାସ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ଏଥିରେ କ୍ଷେତମଜଦୁର ନେତା ହରି ହର ପାତ୍ର ଉଦବୋଧନ ଦେଇ ମହିଳା ମାନେ ନିଜର ଅନ୍ତର୍ନିହିତ ଶକ୍ତି ସମ୍ପର୍କରେ ସଚେତନ ହୋଇ ସଂଗଠିତ ଭାବେ ସଂଗ୍ରାମ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ ପ୍ରଶାନ୍ତି ଜେନା , ରୁନୁ ସେଠୀ, ସୀମା ପାତ୍ର, ଖଜା ନାହାକ, ମୋହିନୀ ନାହାକ, ଝୁନୁ ମାଝି, ନମିତା ନାହାକ, ପଦ୍ମା ସାହୁ, ପ୍ରମିଳା ନାୟକ, ନିଳେଦ୍ରି ବେହେରୁକ, କେଶରୀ ସାହୁ, ସୁନିତା ସାହୁ, ସୈରିନ୍ଦ୍ରୀ ବାଢେଇ, ରିତା ସାହୁ, ପ୍ରତିମା ସାହୁ, ନମିତା କୁମାରୀ ଗୌଡ ଓ ପ୍ରତିମା ଡାକୁଆଙ୍କ ସମେତ ବହୁ ମହିଳା ପ୍ରତିଷ୍ଠା ଦିବସ ଉତ୍ସବରେ ସାମିଲ ହୋଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here