ସ୍ମାର୍ଟ ସିଟି ତାଲିକାଭୁକ୍ତ କରିବା ପାଇଁ ନିବେଦନ ପତ୍ର ପ୍ରଦାନ

0
308

ହିଂଜିଲିକାଟୁ(ହିମାଂଶୁ ବେହେରା) ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ତଥା ଜିଲ୍ଲାର ଏକମାତ୍ର ପୌରାଂଚଳ ହିଞ୍ଜିଳିକାଟୁ ପୌରାଂଚଳକୁ ସ୍ମାର୍ଟ ସିଟି ଭାବେ ତାଲିକା ଭୁକ୍ତ କରିବା ଲାଗି ରାଜ୍ୟ ବିଜେପି ପୂର୍ବତନ ଉପସଭାପତି ତଥା ବରିଷ୍ଟ ସମାଜସେବୀ ଦେବାନନ୍ଦ ମହାପାତ୍ର ମଙ୍ଗଳବାର କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସ୍ଥାନୀୟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ଜରିଆରେ ଏକ ନିବେଦନ ପ୍ରଦାନ କରିଛନ୍ତି । ଏହାର ଏକାକିତା ନକଲ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରାଯାଇଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଳିଙ୍ଗର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୪ ଏପ୍ରିଲ ୧୯୯୭ ମସିହାରେ ମୃତ୍ୟୁ ପରେ ତାଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ଆସିକା ସାଂସଦ ଭାବେ ପ୍ରଥମ ଥର ଲାଗି ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ । ପରେ ୨୦୦୦, ୨୦୦୪, ୨୦୦୯,୨୦୧୪ ଓ ୨୦୧୯ରେ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ଲଗାତାର ୫ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆସନ ଅଳଙ୍କୃତ କରିବା ସହ ଗୌରବ ଅର୍ଜନ କରିଛନ୍ତି ।ଏହା ପରେ ହିଞ୍ଜିଳିର ଭୌଗଳିକ ପରିବେଶରେ ବେଶ୍ ଉନ୍ନତି ସାଧିତ ହୋଇଛି । ୨୦୧୭ମସିହା ନଭେମ୍ବର ୧୮ ତାରିଖରେ ହିଞ୍ଜିଳିକାଟୁ ପୌର ପରିଷଦର ମାନ୍ୟତା ଲାଭ କରିଥିଲା । ପରବର୍ତି ସମୟରେ ହିଞ୍ଜିଳିର ପ୍ରତିଟି କ୍ଷେତ୍ରରେ ବେଶ ଉନ୍ନତି ପରିଲିକ୍ଷିତ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ସ୍ମାର୍ଟ ସିଟି’ ପାଇଁ ପ୍ରଣୟନ କରିଥିବା ଗାଇଡ଼ ଲାଇନକୁ ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ପୂରଣ କରାଯାଇଛି । ସ୍ଥାନୀୟ ପୌରାଂଚଳରେ ସ୍ୱଚ୍ଛତା, ଗୁଣାତ୍ମ ଶିକ୍ଷାନୁଷ୍ଠାନ , ଅତ୍ୟାଧୁନିକ ଚିକିତ୍ସାଳୟ, ପୋଖରୀ ଗୁଡ଼ିକର ସୌନ୍ଦର୍ଯ୍ୟକରଣ, ଶିଶୁ ଉଦ୍ୟାନ, ବରିଷ୍ଟ ନାଗରିକଙ୍କ ସକାଶେ ପ୍ରକୋଷ୍ଠ ଗୃହ, ବିଭିନ୍ନ ଗନଗହଳି ସ୍ଥାନରେ ପରିଶ୍ରାଗାର ନିର୍ମାଣ, ଅତ୍ୟାଧୁନିକ ବସ୍‌ ଟର୍ମିନାଲ , ପ୍ରତ୍ୟେକ ସାହିକୁ ପକ୍କା ରାସ୍ତା, ନାଳ ନର୍ଦ୍ଧମା ସଫେଇ ସାଙ୍ଗକୁ ସହରର ଆଲୋକୀକରଣ, ପ୍ରଦୂଷଣ ରୋକିବାକୁ ରାସ୍ତାର ଉଭୟ ପ୍ୱାଶ୍ୱର୍ରେ ବୃକ୍ଷରୋପଣ, ବିଭିନ୍ନ ସାହି ବସ୍ତିରେ କଲ୍ୟଶଣ ମଣ୍ଡପ ନର୍ମାଣ କରାଯାଇଛି । ଯାହାକି ସ୍ମାର୍ଟ ସିଟି ସକାଶେ ଉପଯୁକ୍ତ । ହିଞ୍ଜିଳିକାଟୁ ସହରକୁ ସ୍ମର୍ଟେ ସିଟି ତାଲିକା ଭୁକ୍ତ କଲେ ଅଂଚଳର ଜନସାଧାରଣ ବେଶ ଉପକୃତ ହେବେ ବୋଲି ଦେବାନନ୍ଦ ମହାପାତ୍ର ଏକ ପ୍ରେସ ବିବୃତିରେ କହିଛନ୍ତି

LEAVE A REPLY

Please enter your comment!
Please enter your name here