ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ବ୍ରହ୍ମପୁର ମହାନଗର ୨୭ନଂ ୱାର୍ଡରେ ସୂଚନା ଓ ପ୍ରସାରଣ ବିଭାଗ ଆନୂକୁଲ୍ଯରେ ସ୍ଵଚ୍ଛତାହିଁ ସେଵା ଶ୍ରମଦାନ

0
146

ବ୍ରହ୍ମପୁର:ମାନ୍ଯବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦିଙ୍କ ଆହ୍ୱାନ କ୍ରମେ ସାରାଭାରତରେ ସ୍ବଛଭାରତ, ସ୍ଵଚ୍ଛତାହିଁ ସେଵା ଆନୂକୁଲ୍ଯରେ ରବିବାର ସକାଳ ୧୦ଟା ରୁ ୧୧ଟା ଏକ ଘଣ୍ଟା ବ୍ରହ୍ମପୁର ମହାନଗରର ଗୋସାଇଁନୂଆଁଗାଁର ୱାର୍ଡ ନମ୍ୱର ୨୭ରେ ସ୍ବଚ୍ଛଭାରତ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତ ସରକାର ଙ୍କ ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ଓ ୨୭ନମ୍ୱର ୱାର୍ଡ ବାସିନ୍ଦା ସହ ସାମନ୍ତରା ଏକାଡେମୀ ର ମିଳିତ ଆନୁକୁଲ୍ୟରେ କାର୍ଯ୍ୟକ୍ରମ ହୋଇଥିଲା। ଏହା ଗୋସାଇଁନୂଆଗାଁର ବଡସାହି ନିକଟରୁ ଏକ ଶୋଭାଯାତ୍ରା ରେ ଅଞ୍ଚଳ ପରିକ୍ରମା କରି ସଫେଇ କାର୍ଯ୍ଯ କରିବା ସହ ସଫେଇ ଓ ସ୍ୱଚ୍ଛତା ଏବଂ ସବୁଜତାର ଉପାଦେୟତା ଉପରେ ସଚେତନତା କରାଯାଇଥିଲା। କେସି ହାଇସ୍କୁଲ ଠାରେ ସମବେତ ସଫେଇ କରି ଖେଳ ପଡିଆକୁ ପରିଷ୍କାର ପରିଚ୍ଛନ କରି ଏକ ଘଣ୍ଟା ଶ୍ରମ ଦାନ କରାଗଲା।‌ ଏହି ଅବସରରେ ବର୍ଷକୁ ଶହେ ଘଣ୍ଟା ନିଜ ଅଞ୍ଚଳର ସରସସୁନ୍ଦର ପାଇଁ ଶ୍ରମ ଦାନ କରିବାରେ ଶପଥ ପାଠ କରାଗଲା। ବ୍ରହ୍ମପୁର ସହର ସହ ନିଜ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ନିଷ୍ପତି ନିଆଯାଇଥିଲା ଏଥିରେ ସ୍ଥାନୀୟ କର୍ପୋରେର୍ଟର ନୀଳକଣ୍ଠ ସାହୁ ସୂଚନା ପ୍ରସାରଣ ବିଭାଗ ର ଅାଞ୍ଚଳିକ ନିର୍ଦ୍ଦେଶକ ମନମୋହନ ପାଢ଼ୀ, ସାମନ୍ତରା ଏକାଡେମୀର ଦେବାଶିଷ ସାମନ୍ତରାୟ ଓ ଆଇନଯିବି ଅନନ୍ତ ମହାନ୍ତି, କିଶନ ପଣ୍ଡା ମହେଶ ସାହୁ ବାଳକୃଷ୍ଣ ସାମନ୍ତରା ବିନୋଦ ସିଂ ସହ ସାମନ୍ତରା ଏକଡେମୀର ଶତାଧିକ ଶିକ୍ଷାର୍ଥୀ, ବହୁ ସ୍ଥାନୀୟ ଲୋକେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here