ପଦ୍ମନାଭପୁରରେ ଡାକ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

0
145

ଦିଗପହଣ୍ଡି – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ମହିଳାଙ୍କ ଆର୍ଥିକ ସ୍ଥିତି ମଜଭୁତ ଏବଂ କନ୍ୟା ସନ୍ତାନଙ୍କ ଭବିଷ୍ୟତ ଗଠନ ସକାଶେ ମଙ୍ଗଳବାର ଦିନ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଡାକ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଡାକ ବିଭାଗ ଦିଗପହଣ୍ଡି ଡାକ ଉପମଣ୍ଡଳ ଆନୁକୂଲ୍ୟରେ ଆୟୋଜିତ ମେଳାରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧି ସଭାପତିତ୍ବ କରିଥିଲେ । ଏଥିରେ ବ୍ରହ୍ମପୁର ଡାକ ମଣ୍ଡଳ ବରିଷ୍ଠ ଅଧିକ୍ଷକ ତାରିଣୀ ଚରଣ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଣ୍ଡିଆନ ଡାକ ପେମେଣ୍ଟସ ବ୍ୟାଙ୍କ ସିନିୟର୍ ମ୍ୟାନେଜର ସମ୍ପଦ ଭେଙ୍କଟରମଣ , ଡାକ ଜୀବନ ବୀମା ଡି ଓ ରୁଦ୍ର ଶଙ୍କର ସାହୁ , ପଦ୍ମନାଭପୁର ସେକ୍ଟର ଅଙ୍ଗନୱାଡ଼ି ସୁପରଭାଇଜର ସଞ୍ଜୁଲତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ସଶକ୍ତ ନାରୀ ସଶକ୍ତ ଭାରତ ମହିଳାଙ୍କ ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ନିମନ୍ତେ ମହିଳା ସମ୍ମାନ ସଞ୍ଚୟ ପତ୍ର ଯୋଜନା ଏବଂ କନ୍ୟା ସନ୍ତାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭାରତୀୟ ଡାକ ବିଭାଗ ଦ୍ବାରା ସୁକନ୍ୟା ସମୃଦ୍ଧି ଏକାଉଣ୍ଟ୍ ଯୋଜନା ମାଧ୍ୟମରେ ଡାକ ବିଭାଗ ମାନଙ୍କରେ କମ୍ ଟଙ୍କାରେ ବୀମା ଖୋଲି ଲାଭବାନ ହୋଇପାରିବେ ଏବଂ ଏହି ଯୋଜନାରେ ମୃତ୍ୟୁ , ଅକର୍ମଣ୍ୟ , ମେଡିକାଲ ଯାନବାହାନ ଖର୍ଚ୍ଚ , ମେଡିକାଲ ଖର୍ଚ୍ଚ ଭଳି ଅନେକ ସୁବିଧା ପାଇବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ମୂଳ ଲକ୍ଷ୍ୟ ବୋଲି ଆଲୋଚନା କରାଯିବା ସହ ଗ୍ରାମାଞ୍ଚଳ ମାନଙ୍କରେ ଯଥେଷ୍ଟ ସଚେତନ ଉପରେ ଗୁରୁତ୍ବ ଦେବାକୁ ଡାକ ସେବା ଯୋଗାଇ ଦେଇ ଆସୁଥିବା କର୍ମକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଥିଲା । ଡାକ ପରିଦର୍ଶକ ରଜନୀ କୁମାର ପାଢ଼ୀ , ନଳିନୀକାନ୍ତ କର , ଦେବଶ୍ରୀ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଅଙ୍ଗନୱାଡ଼ି କର୍ମୀ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here