ଯୁବକଙ୍କୁ ମାରଣାତ୍ମକ ଆକ୍ରମଣ

0
441

ବେଗୁନିଆପଡା:ଗଞ୍ଜାମ ଜିଲ୍ଲା କୋଦଳା ଥାନା ଲାଠୁଳି ଗ୍ରାମରେ ଆଜି ୪.୩୦ମିନିଟ ସମୟରେ ଫାସୀ ଗ୍ରାମ ବାଉରୀ ସାହିର ଟୁକୁନା ଦାଶ ଏକ ଟ୍ରାକ୍ଟରରେ ଗୁଡ଼ି ନେଇ ଲାଠୁଳି ଗ୍ରାମରେ ଆନଲୋଡ଼ କରିବା ସମୟରେ ସେହି ଗ୍ରାମ ହରିଜନ ସାହି ର ଯୁବକ ରବିସେଠି ଏକ କାତି ଯୋଗେ ଅତି ନିର୍ମମ ଭାବରେ ଟୁକୁନା କୁ ହାଣିଚାଲିଲା ପ୍ରାଣ ବିକଳରେ ଟୁକୁନା ସେହିଗ୍ରାମରେ ରହୁଥିବା ହୋମଗାର୍ଡ ଭୁପେନ୍ଦ୍ର ମିଶ୍ର ଙ୍କ ଘରଭିତରେ ପଶିଯାଇଥିଲା । ଫଳରେ ଘରଲୋକେ କବାଟ ଦେଇଦେଇ ଥିଲେ । ଘଟଣାସ୍ଥଳୁ ରବି ଫେରାର ହୋଇଯାଇଥିବା ବେଳେ କୋଦଳା ପୋଲିସ ପହଂଚି ପୋଲିସ ଗାଡ଼ିରେ ଟୁକୁନା କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ବ୍ରହ୍ମପୁର ଏମ. କେ. ସିଜି କୁ ସ୍ଥାନାନ୍ତରିତ କରି ଦିଆଯାଇଛି । ସୂଚନାନୁଯାୟୀ କି ଗତ ଗଣେଶ ପୂଜା ଦିନ ଟୁକୁନା ଦାଶ ରବିସେଠି ର ସ୍ତ୍ରୀ କୁ କାଳେ ଫେରାର କରି ନେଇଯାଇଛି ବୋଲି ସେହି ରାଗରେ ରବି ଏହି ଆକ୍ରମଣ କରିଥିବା ସଂନ୍ଦେହେ କରାଯାଉଛି।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here