ବିଦ୍ୟୁତ୍ କରେଣ୍ଟ ଲାଗି ମା ଓ ପୁଅ ମୃତ

0
749

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବିଦ୍ୟୁତ୍ କରେଣ୍ଟ ଲାଗି ମା ଓ ପୁଅ ଉଭୟଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚାକୁଟ ଗାଁରେ । ଘରେ ଛଣ୍ଡିପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ମା ଓ ପୁଅଙ୍କ ମୃତ୍ୟୁ ଘଟିଛି । ପ୍ରଥମେ ଘରେ ଛିଣ୍ଡି ପଡ଼ିଥିବା ଇଲେକ୍ଟ୍ରି ତାରକୁ ମେନସୁଇଚ ବନ୍ଦ ନ କରି ପୁଅ ନାରାୟଣ ନାହାକ(୩୬) ସଜାଡ଼ିବାକୁ ଯାଇ ତାର ସଂସ୍ପର୍ଶରେ ଆସି ଛଟପଟ ହେଉଥିବାର ଦେଖି ପୁଅକୁ ବଞ୍ଚାଇବାକୁ ଯାଇ ମା ସଜନୀ ନାହାକ(୫୮) ମଧ୍ୟ ଇଲେକ୍ଟ୍ରି କରେଣ୍ଟ ସଂସ୍ପର୍ଶରେ ଆସିଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ଉକ୍ତ ଘଟଣା ଘଟିବା ସମୟରେ ଘରେ ଆଉ କେହି ନ ଥିଲେ । ପାଖ ପଡ଼ିଶା ଲୋକେ ଦେଖି ଉଭୟଙ୍କୁ ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ନାରାୟଣ ଜଣେ ଦିନ ମଜୁରିଆ ଭାବେ କାମକରି ନିଜ ପରିବାରକୁ ପୋଷୁଥିଲା । ବର୍ତ୍ତମାନ ପରିବାର ରେ ବିଧବା ସ୍ତ୍ରୀ ଓ ଛଅ ମାସର ପୁଅ ଟିଏ ଅଛି । ଏହି ଦୁଃଖଦ ଖବର ଜାଣିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here