ଗ୍ରାମାଞ୍ଚଳ ଗଣେଶ ପୂଜା କାର୍ଯ୍ୟକ୍ରମରେ ଯୋଗଦେଲେ ହରିପ୍ରିୟା ଆଶ୍ରମ ମୁଖ୍ୟ

0
159

ଦିଗପହଣ୍ଡି – ହରିପ୍ରିୟା ଆଶ୍ରମ ମୁଖ୍ୟ ସନ୍ଥଶ୍ରୀ ଦେବଦତ୍ତ ମହାରାଜ ଗୁରୁବାର ଦିନ ଦିଗପହଣ୍ଡି ବ୍ଳକ ଅଧୀନରେ ଥିବା ବିଭିନ୍ନ ଗ୍ରାମରେ ଗତ ଦୁଇଦିନ ଧରି ଚାଲି ଆସୁଥିବା ଗଣେଶ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡିଛି । ପ୍ରଥମତଃ , ବ୍ଳକ ଅନ୍ତର୍ଗତ ଭୀଷ୍ମଗିରି , ନିମଖଣ୍ଡିପେଣ୍ଠ , କଇଠଖଣ୍ଡି , ବମକୋଇ , କୁଶପଡା , ଗୈାଡ ଗାଁ , ଗୋକର୍ଣ୍ଣପୁର , ପଦ୍ମନାଭପୁର ଏବଂ ସିଦ୍ଧେଶ୍ଵର ଗ୍ରାମରେ ଚାଲିଥିବା ଗଣେଶ ପୂଜା କମିଟିର ନିମନ୍ତ୍ରଣ ରକ୍ଷା କରି ସେଠାରେ ପହଞ୍ଚି ଗଜାନନଙ୍କ ଠାରେ ଆର୍ଶୀବାଦ ଲାଭ କରିବା ସହ ଗ୍ରାମବାସୀଙ୍କ ମଙ୍ଗଳ କାମନା ପ୍ରାର୍ଥନା କରିଥିଲେ । ଏହି ଅବସରରେ ଦେବଦତ୍ତ ମହାରାଜ ଗ୍ରାମରେ ପହଞ୍ଚିବା ପରେ ପ୍ରତ୍ୟେକ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ବିରାଟ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା । ଏହି ସମୟରେ ସମାଜସେବୀ ଅରୁପ ଚୌଧୁରୀ , ଗୋପାଳକୃଷ୍ଣ ମେକାପ , ସହଦେବ ରେଡ୍ଡୀ , ସୁବ୍ରତ ଅଧିକାରୀ , ରବିନ୍ଦ୍ର ପାଣିଗ୍ରାହୀ , ଉମାପତୀ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here