ଆଦର୍ଶବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ

0
278

ବ୍ରହ୍ମପୁର- ରାଜ୍ୟର ବିଭିନ୍ନ ବ୍ଲକ ରେ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚା ରେ ନିର୍ମିତ ଆଦର୍ଶ ବିଦ୍ୟାଳୟ ମଡେଲ ସ୍କୁଲ ଭାବେ ରାଜ୍ୟ ତଥା ଦେଶରେ ସୁନାମ ଆଣୁଥିବା ବେଳେ ଉକ୍ତ ବିଦ୍ୟାଳୟ ରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ଦୁର୍ଦ୍ଧଶା ଥମିବାରେ ନା ଧରୁନି I ଆଉଟସୋରସିଂ ସର୍ଭିସପ୍ରୋଭାଇଡ଼ର ଦ୍ୱାରା ପ୍ରତ୍ୟେକ ବିଦ୍ୟାଳୟ ରେ ନିଯୁକ୍ତ ତିନିଜଣ ନନ ଟିଚିଂ ଷ୍ଟାଫ ଯଥା ପିଅନ, ସାଇନ୍ସ ଆଟେଣ୍ଡାଣ୍ଟ, ଓ ରାତ୍ର ଜଗୁଆଳି ମାନେ ରାଜ୍ୟ ସାରା ସ୍ୱଳ୍ପ ଦରମା, ଓ ଅସ୍ଥାୟୀ ମଧ୍ୟରେ କାର୍ଯ୍ୟ କରି ଆସୁଛନ୍ତି କିନ୍ତୁ ରାତ୍ର ଜଗୁଆଳି, ଝାଡୁଦାର,ବଗିଚା ର ମାଳି ପଦବୀ ରେ କେବଳ ଜଣେ କର୍ମଚାରୀ ଙ୍କୁ ନିଯୁକ୍ତି ଦେଇ ଅମାନବୀୟ ଭାବେ ପୁରା ବିଦ୍ୟାଳୟ କ୍ୟାମ୍ପସ ରେ କାର୍ଯ୍ୟ କରାଯିବା କୁ ବାଧ୍ୟ କରାଯାଉଛି ଓ ସନ୍ତୋଷଜନକ କାମ ନ କରିଲେ ବିଦ୍ୟାଳୟ କତୃପକ୍ଷ ଙ୍କ ନିର୍ଦ୍ଦେଶ ରେ ଏଜେନ୍ସି ଦ୍ୱାରା ଛଟେଇ କରାଯାଉଛି ଓ ବେଆଇନ ଆର୍ଥିକ କାରବାର କରି ନୁଆଁ ପିଲା ନିଯୁକ୍ତ କରାଯାଉଛି ଯାହାକୁ ସଙ୍ଘ ପକ୍ଷରୁ ନିନ୍ଦା କରାଯିବା ସହିତ ଛଟେଇ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦାବୀ କରୁଛି I 5T ରୂପାନ୍ତିକରଣ ପ୍ରକ୍ରିୟା ରେ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ ଫଳରେ ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ରାତ୍ର ଜଗୁଆଳି କର୍ମଚାରୀ ଙ୍କ ପାଇଁ ଉଦିଷ୍ଟ ରାତ୍ର ଆଶ୍ରୟ ସ୍ଥଳ କୁ ମଧ୍ୟ ଭାଙ୍ଗି ସାରିଛନ୍ତି ଓ ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ବିଦ୍ୟାଳୟ କତୃପକ୍ଷ ଙ୍କ ଦ୍ୱାରା ଚବିଶ ଘଣ୍ଟା ମଧ୍ୟ କାମ ରେ ଖଟାଉଛନ୍ତି I ପୂର୍ବରୁ ସ୍ଥାୟୀ ନିଯୁକ୍ତି, ମାତୃତ୍ୱ କାଳୀନ ଛୁଟି, ଓ ବଜାର ଦର ଅନୁସାରେ ଦରମା ଦେବାପାଇଁ ରାଜ୍ୟ ସରକାର ଙ୍କ ପାଖରେ ଦାବୀ କରାଯାଇଥିଲେ ମଧ୍ୟ ସରକାର କେବଳ ପ୍ରତିଶୃତି ଦେଇ ଚାଲିଛି I 5t ସଚିବ ରାଜ୍ୟ ସାରା ବୁଲି ଦାବୀ ଶୁଣି କୋଟି କୋଟି ଟଙ୍କା ଅନୁଦାନ ବାଣ୍ଟୁଥିବା ବେଳେ ବହୁଦିନ ର ଏହି ଦାବୀ ପ୍ରତି ସରକାର ଅଣଦେଖା କରି ଚାଲିଛନ୍ତି I ଏଭଳି ଭାବେ ବହୁବିଦ୍ଧ ସମସ୍ୟା କୁ ଭିତ୍ତି କରି ରାଜ୍ୟ ସାରା କର୍ମଚାରୀ ଙ୍କୁ ସଙ୍ଘ ପକ୍ଷରୁ ଆସନ୍ତା ମାସ ରେ ରାମସା କାର୍ଯ୍ୟାଳୟ ସାମ୍ନା ରେ ଧାରଣା ଦେବାକୁ ନିଷ୍ପତ୍ତି ହୋଇଛି I ରାଜ୍ୟ ସଭାପତି ପ୍ରଶାନ୍ତ ପରିଛା ଙ୍କ ସଭାପତିତ୍ୱ ରେ ଆୟୋଜିତ ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ମହାସଙ୍ଘ ର ଆବାହକ ପ୍ରତାପ ପ୍ରଧାନ ଯୋଗ ଦେଇ ଆଗାମୀ ଦିନ ରେ କାର୍ଯ୍ୟାବନ୍ଦ କରି ଲଢେଇ କୁ ଶାଣିତ କରିବାକୁ ଆହ୍ୱାନ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘ ଜିଲ୍ଲା ସମ୍ପାଦକ ବିନାୟକ ପତି, ରାଜ୍ୟ କମିଟି ସଦସ୍ୟା ପୂର୍ଣ୍ଣପ୍ରିୟା ପାତ୍ର, ସାଇଶ୍ୱରୀ ବେହେରା, ପ୍ରଭାତୀ ପାତ୍ର, ପବିତ୍ର ପରିଡା, କୃଷ୍ଣ ସାହୁ, ସାଇରମ, ଗଣେଶ ସାହୁ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here