ଅଜଣା ଗାଡ଼ି ଧକ୍କାରେ କୁଟୁରା ମୃତ୍ୟୁ

0
327

ଗଞ୍ଜାମ:ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଶନିବାର ପୂର୍ବାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ କୁଟୁରାର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରପାଇ ଦିଗପହଣ୍ଡି ବନାଞ୍ଚଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ କୁଟୁରାକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ । ଏହାପରେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିତିରେ ମୃତ କୁଟୁରାର ଶବ ବ୍ୟବଚ୍ଛେଦ ପରେ ବନାଞ୍ଚଳ ଅଧିକାରୀ ଦିବ୍ୟ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ନିକଟସ୍ଥ ଜଙ୍ଗଲରେ ପୋତି ଦିଆଯାଇଥିଲା । ତେବେ ଏହା ଏକ ମାଇ ପ୍ରଜାତିର କୁଟୁରା ହୋଇଥିବା ବେଳେ ବୟସ ପାଖାପାଖି ୩ ବର୍ଷ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ଦିଗପହଣ୍ଡି ସେକ୍ସନ ଫରେଷ୍ଟର ସନ୍ତୋଷ କୁମାର ବିଷୋୟୀ ରତନ ସମେତ କର୍ମଚାରୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here