ପାଣ୍ଡିଆନ ଗସ୍ତକୁ ନେଇ ବିଜେଡି ମହଲରେ ଉତ୍ସାହ ; ସଭାସ୍ଥଳ ଅନୁଧ୍ୟାନରେ ରାଜ୍ୟସଭା ସାଂସଦ ଓ ରାଜ୍ୟ ସାଧାରଣ ସଂପାଦକ

0
146

ଦିଗପହଣ୍ଡି – ଆସନ୍ତା ଅଗଷ୍ଟ ୨୫ ତାରିଖ ଠାରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ୩ ଦିନିଆ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଜନ ହିତକାରୀ କାର୍ଯ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଅଗଷ୍ଟ ୨୭ ତଥା ରବିବାର ଦିନ ୫ – ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଦିଗପହଣ୍ଡି ଗସ୍ତ ପୂର୍ବରୁ ବ୍ଳକ ଓ ନଗର ବିଜୁ ପରିବାର ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ପୂର୍ବାହ୍ନ ସମୟରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏବଂ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଗପହଣ୍ଡି ଠାରେ ପହଞ୍ଚିବା ପରେ ଦଳୀୟ କର୍ମୀମାନେ ବିପ୍ଳବ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ଉଭୟ ବିପୁଳ ସମର୍ଥନ ମଧ୍ୟରେ ହେଲିପ୍ଯାଡ ଏବଂ ସଭାସ୍ଥଳ ପରିଦର୍ଶନ କରି ପ୍ରସ୍ତୁତି କାର୍ଯ୍ୟ କିପରି ରହିଛି ତାହା ଅନୁଧ୍ୟାନ କରିଥିଲେ । ଏହି ପରିଦର୍ଶନ ସମୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ଗଞ୍ଜାମ ଜିଲ୍ଲା ଉନ୍ନୟନ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର , ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା , ସାଂସଦ ପ୍ରତିନିଧି ନିରୂପମା ପଟ୍ଟନାୟକ , ବିଧାୟକ ପ୍ରତିନିଧି ବିଭୂତି ଭୂଷଣ ମହାପାତ୍ର , ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ଭି . ରବିନାରାୟଣ ରାଜୁ , ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ନଗର ବିଜେଡି ସଭାପତି ତାରାପ୍ରସାଦ ପଟ୍ଟନାୟକ , ସରପଞ୍ଚ ମନୋରଞ୍ଜନ ଗୈାଡ , ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ରଞ୍ଜନ କୁମାର ସାହୁ , ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧି , ପ୍ରଶାନ୍ତ କୁମାର ପ୍ରଧାନ , ଚିତ୍ରସେନ ଗୈାଡ , ରବିଚନ୍ଦ୍ର ଗୌଡ଼ , ଶିଶିର ପ୍ରଧାନ , କାଉନସିଲର ନୀଳମାଧବ ଗୈାଡ ସମେତ ବହୁ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ । ସେହିପରି ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପୂର୍ବତନ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀ ସମେତ ବହୁ କର୍ମକର୍ତ୍ତା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଦାସଙ୍କୁ ଭେଟିଥିଲେ । ତେବେ ମଧ୍ୟାହ୍ନ ସମୟରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଆଶୁତୋଷ କୁଲକଣ୍ଣୀ ମଧ୍ୟ ସଭାସ୍ଥଳରେ ପହଞ୍ଚି କାର୍ଯ୍ଯକୁ ତ୍ବରାନ୍ବିତ କରାଯିବା ନେଇ ସ୍ଥାନୀୟ ବିଡ଼ିଓ ଡ . ଚିତ୍ତରଞ୍ଜନ ଦାସ ଓ ତହସିଲଦାର ସିପକ କୁମାର ପାତ୍ରଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here