ସାତନଳ ଛକରୁ ୨୦ ସିଏଫଟି ମୂଲ୍ୟବାନ ସାଇଜ କାଠ ଜବତ

0
199

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ବନାଞ୍ଚଳ ଓ କୋଦଳା ଥାନା ଅନ୍ତର୍ଗତ ସାତନଳ ଛକରୁ ରବିବାର ସକାଳୁ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦ ସିଏଫଟି ମୂଲ୍ଯବାନ ସାଇଜ କାଠ ଓ ପଟା ଏବଂ କାଠ କଟା ଯନ୍ତ୍ରପାତି ଜବତ କରାଯାଇଛି। ଦକ୍ଷିଣ ଘୁମୁସର ବନ ଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀ ବୃନ୍ଦ ଓ ବନଖଣ୍ଡ ମୋବାଇଲ ଷ୍ଟାଫ ଚଢାଉରେ ସାମିଲ ହୋଇଥିଲେ। ସାତନଳ ଛକର ୩ ଟି ସ୍ଥାନରେ ମୂଲ୍ୟବାନ କାଠର ସାଇଜ ଓ ପଟା ଜମା ହୋଇଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଏହି ସାଇଜ କାଠ ଗୁଡିକ ଫରନିଚର କାମରେ ବ୍ଯବହୃତ ପାଇଁ ରଖା ଯାଇଥିବା ବେଳେ କାଠ ଜବତ ସମୟରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତଥାପି ସମସ୍ତ କାଠ ଗୁଡିକ ଜବତ କରି ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here