୫ ଟି – ସଚିବ ଗସ୍ତକୁ ନେଇ ଚଳଚଞ୍ଚଳ ପ୍ରଶାସନ ; ସଭାସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ

0
272

ଦିଗପହଣ୍ଡି: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ୫ ଟି ସଚିବ ଭି . କାର୍ତ୍ତିକେୟନ ପାଣ୍ଡିଆନ ୩ ଦିନିଆ ଗଞ୍ଜାମ ଗସ୍ତରେ ଆସୁଥିବା ବେଳେ ସଭାସ୍ଥଳ ପ୍ରସ୍ତୁତି ନେଇ ଚଳଚଞ୍ଚଳ ହୋଇଛନ୍ତି ଜିଲ୍ଲା ପ୍ରଶାସନ। ତେବେ ଆସନ୍ତା ୨୬ ତାରିଖରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ଦିଗପହଣ୍ଡି ଖେମୁଣ୍ଡି କଲେଜ ପଡିଆ ଠାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଗସ୍ତକୁ ସଫଳ କରିବା ନିମନ୍ତେ ଜିଲ୍ଲା ଓ ବ୍ଳକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ପରିଲକ୍ଷିତ ହେଉଛି । ଯାହାକୁ ନେଇ ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି. କିର୍ତ୍ତୀ ଭାସେନ , ବ୍ରହ୍ମପୁର ଉପ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ପ୍ରଥମେ ହେଲିକପ୍ଟର ଅବତରଣ ସ୍ଥାନ ଏବଂ ଖେମଣ୍ଡି ମହାବିଦ୍ୟାଳୟ ଖେଳପଡିଆ ସଭାସ୍ଥଳ ପରିଦର୍ଶନ କରିବା କିପରି ବ୍ଯାପକ ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ ନେଇ ନିରୀକ୍ଷଣ କରି ଫେରିଥିଲେ । ତେବେ ୫ ଟି ସଚିବ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ଅବତରଣ କରିବା ପରେ କଲେଜ ପଡିଆ ଠାରେ ପ୍ରଶାସନ ପକ୍ଷରୁ ଆୟୋଜନ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ୧ ଘଣ୍ଟା ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବ୍ଳକ ଅଧିନସ୍ଥ ୨୫ ଗୋଟି ପଞ୍ଚାୟତର ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ଜନ ପ୍ରତିନିଧିଙ୍କ ସହ ପଞ୍ଚାୟତର ସମସ୍ୟା ନେଇ ବିଶେଷ ଆଲୋଚନା କରିପାରିବେ । ଏଥିସହ ବ୍ଳକ ଅଧୀନରେ ଗ୍ରାମାଞ୍ଚଳ ମାନଙ୍କର ରାସ୍ତା ପ୍ରଶସ୍ତିକରଣ , ବାଙ୍କେଶ୍ୱରୀ ମନ୍ଦିର ସମେତ ବହୁ ପ୍ରକଳ୍ପ କାର୍ଯ୍ୟ ଉପରେ ବିଶେଷ ଆଲୋଚନା କରାଯିବ ବୋଲି ସୂଚନା ପ୍ରକାଶ ପାଇଥିବା ଜଣାପଡିଛି । ତେବେ ପାଣ୍ଡିଆନଙ୍କ ଏହି ଗସ୍ତକୁ ସଫଳ କରିବା ସକାଶେ ବିଜୁ ଜନତା ଦଳ କର୍ମୀଙ୍କ ମଧ୍ୟରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ଦିଗପହଣ୍ଡି ବ୍ଲକ ଓ ନଗର ବିଜୁ କର୍ମୀଙ୍କ ମଧ୍ୟରେ ବହୁ ମହିଳା , ବୁଦ୍ଧିଜୀବୀ ଯୋଗ ଦେବେ ବୋଲି ଆଲୋଚନା ଜୋର ଧରିଥିବା ଜଣାପଡିଛି । ଏହି ଗସ୍ତ ସମୟରେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଚିତ୍ତରଞ୍ଜନ ଦାସ , ତହସିଲଦାର ସିପକ କୁମାର ପାତ୍ର , ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା , ପୂର୍ତ୍ତବିଭାଗ କର୍ମକର୍ତ୍ତା ସମେତ କନିଷ୍ଠ ଯନ୍ତ୍ରୀ ପ୍ରେମ ରଞ୍ଜନ ମହାପାତ୍ର , କାଳୀଚରଣ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here