ଲଟେରୀ ନାମରେ ଗ୍ରାମାଞ୍ଚଳ ଲୋକଙ୍କୁ ଠକେଇ ମାମଲା ; ୩ ଗିରଫ

0
164

ଦିଗପହଣ୍ଡି: ଦିଗପହଣ୍ଡି ଥାନା ଅଧିନସ୍ଥ ଖଜୁରୀପଲି ଏବଂ ବି.ତୁରୁବୁଡି ଗ୍ରାମରେ ଲୋକଙ୍କୁ ଲଟେରୀ ନାମରେ ଲୋକଙ୍କୁ ଠକେଇ ମାମଲାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ଵର ଜିଲ୍ଲା ଖଇରା ଥାନା ପୁରୁଷୋତ୍ତମପୁର ଗ୍ରାମର ଚନ୍ଦ୍ରଶେଖର ସାହୁ ଏବଂ ପ୍ରଶାନ୍ତ ସାହୁ , ଖଣ୍ଟପଡା ଥାନା ଅଞ୍ଚଳର ସୁଶାନ୍ତ ଦାସ । ଖବରପ୍ରକାରେ , ଗିରଫ ଯୁବକ ମାନେ ଗତ କିଛିଦିନ ହେଲା ଗ୍ରାମାଞ୍ଚଳ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ଠାରୁ ଟଙ୍କା ଲୁଟିବା ଲାଳସାରେ ଏକ ଲଟେରୀ କମ୍ପାନୀ ଖୋଲି ଦାମୀ ଜିନିଷ ଦେବାକୁ କହି ଟଙ୍କା ଲୁଟିଥିଲେ । ଏପରିକି ପ୍ରଥମେ ଏକ ଲଟେରି ଟିକେଟ ମାତ୍ର ଶହେ ଟଙ୍କାରେ ବିକ୍ରି କରିବା ପରେ ଗ୍ରାହକଙ୍କୁ ଟିକେଟ ସ୍କ୍ରାଚ୍ କରିବାକୁ କହି ସେଥିରେ ଲେଖାଥିବା ଫ୍ଯାନ୍ , ଗ୍ରାଇଣ୍ଡର , ଇଣ୍ଡକ୍ସନ ଚୂଲା ଆଦି ଯେ କୌଣସି ଘରୋଇ ଉପକରଣ ସେହି ଶହେ ଟଙ୍କା ବିନିମୟରେ ତତକ୍ଷଣାତ ଗ୍ରାହକଙ୍କୁ ପ୍ରଦାନ କରିଥିଲେ । ଯାହାଫଳରେ ଲୋକେ ଏହି ଠକଙ୍କ ଉପରେ ବିଶ୍ୱାସ କରି ନେବାପରେ ସେମାନେ ବିଭିନ୍ନ ଦାମୀ କମ୍ପାନୀର ବିଜ୍ଞାପନ ପାଇଁ କମ୍ ଦାମରେ ଏଲସିଡି ଟିଭି , ଓ୍ବାସିଙ୍ଗ ମେସିନ , ଫ୍ରିଜ୍ ଆଦି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ୫ରୁ ଛ’ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲେ । ଏଥିସହ ସେମାନଙ୍କୁ ନଗଦ ରସିଦ ମଧ୍ୟ ଦେଇ ବିଶ୍ୱାସ ଜନ୍ମାଇବା ପରେ ସେମାନଙ୍କ ଗାଡି ଗାଁ ମୁଣ୍ଡରେ ରହିଥିବା ଓ ସଙ୍ଗେସଙ୍ଗେ ଆଣି ଜିନିଷ ଦିଆଯିବ କହି ଗାଁରୁ ଚମ୍ପଟ ମାରି ଆସୁଥିଲେ ।ଶନିବାର ଦିନ ବି.ତୁରୁବୁଡି ଗ୍ରାମର ମୂରଲୀ ବେହେରା , ଖଜୁରୀପଲି ଗ୍ରାମର ରାଜଲକ୍ଷ୍ମୀ ନାୟକ , ସହଦେବ ନାୟକ , ଲକ୍ଷ୍ମଣ ଗୌଡ ପ୍ରମୁଖ ଏଭଳି ଠକାମିର ଶିକାର ହେବା ପରେ ପୋଲିସର ସହାୟତା ଲୋଡିଥିଲେ । ପୋଲିସ ଥାନା କେଶ୍ ନମ୍ବର ୩୦୨/୨୩ ଦଫା ୪୨୦ ଏବଂ ୩୪ ଆଇପିସି ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ ଉକ୍ତ ଲୁଟେରାଙ୍କୁ କାବୁ କରିଥିଲା ପୋଲିସ । ତେବେ ସୋମବାର ଦିନ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ପରେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦିପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here