କାଣ୍ଡଶର ସେବା ସମବାୟ ସମିତି ପରିଚାଳନା କମିଟି ନିଲମ୍ବନ

0
304

ଦିଗପହଣ୍ଡି – ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ ଅଧିନରେ ରହିଥିବା କାଣ୍ଡଶର ସେବା ସମବାୟ ସମିତିର ପରିଚାଳନା କମିଟିକୁ ବ୍ରହ୍ମପୁର ଡିଭିଜନ ଡିଆରସିଏସ ବିଶ୍ବ ରଞ୍ଜନ ଦାଶ ନିଲମ୍ବନ କରିଥିବା ଜଣାପଡିଛି । ଗତ ୧୬ ତାରିଖ ଦିନ କାର୍ଯ୍ଯାଳୟ ଆଦେଶ ସଂଖ୍ୟା ୨୬୮୬ ପ୍ରକାରେ କମିଟିକୁ ତତ୍କାଳ ନିଲମ୍ବିତ କରାଯାଇ ଉପ ସହ ନିବନ୍ଧକ ରେବତୀ ମୋହନ ରାଉତଙ୍କୁ ପରିଚାଳନା ଦାୟିତ୍ବ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ କିଛି ଦିନ ଧରି ଜନୈକ ପୂର୍ବତନ ସମ୍ପାଦକ ଏସ୍ . ରାଜାରାଓ ପାତ୍ର ଏବଂ ପରିଚାଳନା କମିଟିର ସଭାପତି କେ. ସଞ୍ଜୀବ କୁମାର ରେଡ୍ଡୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ।ଉଭୟେ ପରସ୍ପରର କ୍ଷମତା ସଙ୍କୁଚିତ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ ।ସଭାପତି ରେଡ୍ଡୀ କିଛି ନିର୍ଦ୍ଦେଶକ ଏବଂ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଡିଆରସିଏସଙ୍କୁ ପ୍ରଦାନ କରି ପୂର୍ବତନ ସମ୍ପାଦକ ପାତ୍ରଙ୍କ ଠାରୁ ଦାୟିତ୍ୱ ହସ୍ତାନ୍ତର ଦାବି କରିଥିଲେ । ସେହିଭଳି ସଭାପତି ରେଡ୍ଡୀଙ୍କ ବିରୁଦ୍ଧରେ କିଛି ନିର୍ଦ୍ଦେଶକ ଦୁର୍ନୀତି ଅଭିଯୋଗ ଆଣି ଏକକାଳୀନ ସାମୁହିକ ଇସ୍ତଫା ପ୍ରଦାନ କରିଥିଲେ । ଡିଆରସିଏସଙ୍କ ଉଦ୍ୟମ ସତ୍ତ୍ଵେ ସୋସାଇଟିର ପରିଚାଳନା ଦିଗରେ ଅଚଳାବସ୍ଥା ଅବ୍ଯାହତ ରହିଥିଲା । ଯଦ୍ବାରା ଶେଷରେ ଡିଆରସିଏସଙ୍କ ପକ୍ଷରୁ ଅନ୍ଯାଦେଶ ପର୍ଯ୍ୟନ୍ତ ପରିଚାଳନା କମିଟିକୁ ନିଲମ୍ବନ କରାଯାଇଥିବା ଜଣାପଡିଛି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here