ସାମୂହିକ ଛୁଟିରେ ଦିଗପହଣ୍ଡି ବ୍ଳକ ପଞ୍ଚାୟତ ନିର୍ବାହୀ ଅଧିକାରୀ

0
344

ଦିଗପହଣ୍ଡି – ନିଖିଳ ଓଡ଼ିଶା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ସଂଘର ଡାକରା କ୍ରମେ ଦିଗପହଣ୍ଡି ବ୍ଳକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଶୁକ୍ରବାର ଠାରୁ ସାମୂହିକ ଛୁଟିରେ ଆନ୍ଦୋଳନ କରିଥିବା ଜଣାପଡିଛି । ଯେହେତୁ ସେମାନେ ୪ ଦଫା ଦାବି ପ୍ରସଙ୍ଗ ପ୍ରକାରେ , ଯୋଗ୍ୟତା ଯୁକ୍ତ ଦୁଇ ପରିବର୍ତ୍ତେ ଯୁକ୍ତ ତିନି ଧାର୍ଯ୍ୟ ରଖିବା , ପିଇଓ ମାନଙ୍କୁ ଲେବେଲ ୫ ରୁ ଲେବେଲ ୯ ରେ ସାମିଲ କରି ୨୧୭୦୦ ଟଙ୍କା ବଦଳରେ ୩୫୪୦୦ ଟଙ୍କା ଦରମା ପ୍ରଦାନ , ୧୦ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ପିଇଓ ମାନଙ୍କୁ ପଦୋନ୍ନତି ପ୍ରଦାନ , ଜିପିଡିଓ ପଦକୁ ୧୦୦ ପ୍ରତିଶତ ପଦୋନ୍ନତିର ବ୍ୟବସ୍ଥା କରାଯିବା ନେଇ ଗତ ୭ ତାରିଖ ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରି ଆସୁଥିଲେ । ଏନେଇ ସେମାନେ ଗୁରୁବାର ଦିନ ସାମୂହିକ ଛୁଟି ଦାବିନେଇ ସ୍ଥାନୀୟ ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ । ଦାବି ପ୍ରଦାନ ସମୟରେ ପିଇଓ ନିକୁଞ୍ଜ ପାଣିଗ୍ରାହୀ , ସଂଗ୍ରାମ ଆଚାର୍ଯ୍ୟ , ପ୍ରହଲ୍ଲାଦ ସାହୁ , ଜାଗିଲି ସାହୁ , ଅକ୍ଷୟ କୁମାର ଦାସ , ମନୋଜ କୁମାର ବିଶ୍ବାଳ , ପ୍ରଦୀପ କୁମାର ପଟ୍ଟନାୟକ , ପ୍ରଦୀପ ପଣ୍ଡା , ଧନୁଜ କୁମାର , ସଞ୍ଜୁଲତା ବେହେରା ଓ ପ୍ରଭାସିନୀ ଶବର ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here