ଓଡିଶାବାସୀଙ୍କ ଜୀବନ ଜୀବିକାର ସୁରକ୍ଷା ହିଁ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି:ପୂଜ୍ୟ ପୂଜା ସମିତି

0
124

ବ୍ରହ୍ମପୁର: ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନର ମହାନାୟକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୧ତମ ତିରୋଧାନ ପାଳନ ହୋଇଯାଇଛି l ପ୍ରଥମେ ସମିତି ସଭାପତି ବଂଶୀଧର ଭୂୟାଁ ଗାନ୍ଧିନଗର ଛକ ସ୍ଥିତ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଉକ୍ତ ସ୍ଥଳରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା l ଓଡିଶାର ଜଳ, ଜମି, ଖଣି,ଜଙ୍ଗଲର ସୁରକ୍ଷା ଓ ବିଭିନ୍ନ କମ୍ପାନୀଙ୍କ ସ୍ୱାର୍ଥ ପାଇଁ ଏ ଦେଶର ମୁଳନୀବାସୀ ଆଦିବାସୀ ଓ ପାରମ୍ପରିକ ଅଧିବାସୀଙ୍କୁ ନିଜ ଭିଟାମାଟିରୁ ବିସ୍ଥାପନ କରିବା ବିରୁଦ୍ଧରେ ସମସ୍ତ ଓଡିଶାବାସୀ ଏକ ହେବାର ଆବଶ୍ୟକତା ରହିଛି l ମଧୁବାବୁଙ୍କ ସ୍ୱପ୍ନର ଓଡିଶା ଗଠନ ପାଇଁ ଓଡିଶାବାସୀଙ୍କ ଜୀବନ, ଜୀବିକାକୁ ରକ୍ଷା କରିବା ନିହାତି ପ୍ରୟୋଜନ ରହିଛି ବୋଲି ଆଜି ସଭାରେ ମତ ପ୍ରକାଶ ପାଇଛି l ସଭାପତି ବଂଶୀଧର ଭୂୟାଁ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ସମାଜସେବୀ ହୃଷିକେଶ ପାତ୍ର, ଏସ. କେଶବ ଲିଙ୍ଗମ, ଯୁବନେତା ରମେଶ ଚନ୍ଦ୍ର ବେହେରା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସମ୍ପାଦକ ଏସ. ଶାମ୍ବାଶିବା ରାଓ, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here