ସ୍ଵାଧୀନତା ଦିବସ ନିମନ୍ତେ ବିଶ୍ଵର ସର୍ବ କ୍ଷୁଦ୍ରତମ ଭାରତ ମାନଚିତ୍ର କଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା

0
157

ବ୍ରହ୍ମପୁର:୭୭ ତମ ସ୍ୱାଧୀନତା ଦିବସ ଅବସରରେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ତିଆରି କଲେ ବିଶ୍ଵର ସର୍ବ କ୍ଷୁଦ୍ର ଭାରତ ମାନଚିତ୍ର । ଯାହାକି ପେନ୍ସିଲ୍ ମୁନ ରେ ନିର୍ମାଣ ହୋଇଛି । ଏହା ଦେଖିବାକୁ ଅବିକଳ ଭାରତ ମାନଚିତ୍ର ଭଳି । ଯାହାର ଉଚ୍ଚତା ରହିଛି ୨ ମିଲି ମିଟର । ଏହାକୁ ସେ ମାତ୍ର ୫ ମିନିଟ୍ ସମୟ ମଧ୍ୟରେ ତିଆରି କରିଛନ୍ତି । ପୂର୍ବରୁ ସତ୍ୟ ୧ ମିଲି ମିଟର ରୁ କମ ତ୍ରିରଙ୍ଗା ପତାକା ତିଆରି କରି ଏସିଆ ବୁକ୍ ଅଫ ରେକର୍ଡ ଓ ଇଣ୍ଡିଆ ବୁକ୍ ଅଫ ରେକର୍ଡ ର ଅଧିକାରୀ ହୋଇଛନ୍ତି । ଏହା ସହ ପୂର୍ବରୁ ପ୍ରର୍ଯ୍ୟଟନ ସ୍ଥଳୀର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଉଦ୍ଧେଶ୍ଵ ନେଇ ୭୫ ଟି ଭାରତର ଐତିହ ସ୍ଥଳୀ ଅବିକଳ କ୍ଷୁଦ୍ରତମ ମଧ୍ୟ ନିର୍ମାଣ କରି ବିଭିନ୍ନ ରେକର୍ଡ ର ଅଧିକାରୀ ମଧ୍ୟ ହୋଇଛନ୍ତି । ତେବେ ଏହି କ୍ଷୁଦ୍ର ଭାରତ ମାନଚିତ୍ର ତିଆରି କରି ବର୍ତ୍ତମାନ ନୂଆ ରେକର୍ଡ ପାଇବା ଲକ୍ଷ ରଖିଛନ୍ତି ବାଲୁକା ଶିଳ୍ପୀ ସତ୍ୟ ମହାରଣା ।

LEAVE A REPLY

Please enter your comment!
Please enter your name here