ପୋଖରୀରେ ବୁଡି ୮୦ ବର୍ଷୀୟ ବୃଦ୍ଧ ମୃତ

0
336

ଦିଗପହଣ୍ଡି – ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଳକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ବର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଶନିବାର ବିଳମ୍ବିତ ରାତିରେ ଶୌଚ କରିବା ପାଇଁ ଯାଇ ଗ୍ରାମର ୮୦ ବର୍ଷୀୟ ବୃଦ୍ଧ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତ ବୃଦ୍ଧ ଜଣକ ହେଲେ ଗ୍ରାମର ରାଧାମୋହନ ସ୍ବାଇଁ । ଖବରପ୍ରକାରେ , ରାଧାମୋହନ ରାତି ୧୧ ଘଣ୍ଟା ସମୟରେ ନିକଟସ୍ଥ କାର୍ଜୀ ବନ୍ଧକୁ ଶୌଚ ପାଇଁ ଯାଇ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ଯାହାଫଳରେ ପରିବାର ଲୋକେ ବ୍ୟସ୍ତବିବ୍ରତ ହୋଇ ଗ୍ରାମବାସୀଙ୍କ ସହଯୋଗରେ ଖୋଜାଖୋଜି କରିଥିଲେ । ଏହାପରେ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟରୁ ବୃଦ୍ଧଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାକାର ଉପସ୍ଥିତ ଡାକ୍ତର ରାଧାମୋହନଙ୍କ ମୃତ୍ୟୁ ହୋଇଥିବା ପରିବାରକୁ ଜଣାଇଥିଲେ । ରବିବାର ସକାଳୁ ଦିଗପହଣ୍ଡି ଥାନା ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ଥାନା ଅପମୃତ୍ୟୁ ମାମଲା ନଂ ୭/୨୩ ପ୍ରକାରେ ମକଦ୍ଦମା ରୁଜୁ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here