କରାତଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା ଓ ମୋ ସ୍କୁଲ କାର୍ଯ୍ୟକ୍ରମ

0
172

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୨୩-୨୪ ବର୍ଷ ନିମନ୍ତେ ପୋଷାକ ବିତରଣ ଓ ମୋ ସ୍କୁଲ କାର୍ଯ୍ୟକ୍ରମ ପରିଚାଳନା କମିଟି ସଭାପତି ସଂଗିତା ନାହାକଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଇଓ ସୀତାରାମ ପାତ୍ର ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିୟମିତ ବିଦ୍ୟାଳୟକୁ ଆସିବା ପାଇଁ ପରାମର୍ଶ ଦେବା ସହ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇ ଦେଶ ଓ ଜାତିର ନାମ ରଖିବାକୁ ଉପଦେଶ ଦେଇଥିଲେ । ବିପୁଳିଙ୍ଗି ଗ୍ରାମ ପଞ୍ଚାୟତର ସରପଞ୍ଚ ହୀନା ସେଠୀ ସମ୍ମାନୀତ ଅତିଥୀ ଭାବେ ଯୋଗଦେଇ ବିଦ୍ୟାଳୟର ଉନ୍ନତି ନିମନ୍ତେ ସବୁ ପ୍ରକାର ସାହାର୍ଯ୍ୟ ଓ ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟର ଉତ୍ତୋର ଉତ୍ତୋର ଉନ୍ନତୀ ନିମନ୍ତେ ବହୁ ମୁଲ୍ୟ ପରାମର୍ଶ ଦେଇଥିଲେ । ଯୁବନେତା ସୁରେଶ ଦାଶ ଅନ୍ୟତମ ସମ୍ମାନୀତ ଅତିଥୀଭାବେ ଯୋଗଦେଇ ବିଦ୍ୟାଳୟ କୁ ଅଧିକ ସୁନ୍ଦର କରିବା ନିମନ୍ତେ ବିଭିନ୍ନ ଉପଦେଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଅଭିଭାବକ / ଅଭିଭାବିକା ଏବଂ ପୁରାତନ ବିଦ୍ୟାର୍ଥୀ ମାନେ ମୋ ସ୍କୁଲ ଯୋଜନାରେ ବିଦ୍ୟାଳୟ କୁ ୫୦ହଜାର ଟଙ୍କା ଦାନ କରିଥିଲେ । ଏହା ସହିତ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ଭଦ୍ରବ୍ୟକ୍ତି ରଘୁନାଥ ରେଡ୍ଡୀ , ରଘୁନାଥ ପ୍ରଧାନ, ସୁକାନ୍ତ ନାହାକ, ସଂଜୟ ନାହାକ , ରାଜେନ୍ଦ୍ର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here