ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ’ କାର୍ଯ୍ୟକ୍ରମ

0
280

ଦିଗପହଣ୍ଡି – ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ଦିଗପହଣ୍ଡି ବାଉରୀ ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶିବାନୀ ଦେବୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିସହ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ନଗର ସିଆରସିସି ଅନିଲ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଶିକ୍ଷାକୁ ସାର୍ବଜନିନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବା ଏବଂ ୬ ରୁ ୧୪ ବର୍ଷ ସମସ୍ତ ଶିକ୍ଷାର୍ଥୀଙ୍କୁ ବିଦ୍ଯାଳୟ ଆଗମନ ଓ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଅତିଥି ବୃନ୍ଦ ମତପୋଷଣ କରିଥିଲେ । ଏଥିସହ ବିଦ୍ଯାଳୟର ବିକାଶ ଦିଗରେ ପୁରାତନ ଛାତ୍ର ଏବଂ ଅଭିଭାବକ ଓ ଅଭିଭାବିକା ମାନେ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ସହାୟତା କରିଥିବା ଆର୍ଥିକ ରାଶି ତାହା ଦ୍ଵିଗୁଣିତ ହେବାପରେ ଆଜି ସେହି ଅର୍ଥ ରାଶିରୁ ଛାତ୍ରଛାତ୍ରୀ ମାନେ ବସି ପାଠ ପଢିବା ନିମନ୍ତେ ଟେବୁଲ ଡେସ୍କର ବନ୍ଦୋବସ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟିତ୍ରୀ ନିବେଦିତା ଦେବୀ ସମେତ ବିଦ୍ଯାଳୟ କର୍ମକର୍ତ୍ତା ଓ ପରିଚାଳନା କମିଟି ସଦସ୍ୟ ଏବଂ ଅଭିଭାବକ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here