ସମିତି ସଭ୍ୟ ଉପ ନିର୍ବାଚନ ପାଇଁ ବିପିନ ସମର୍ଥକଙ୍କ ସାଙ୍ଗଠନିକ ଆଲୋଚନା ସଭା

0
259

ଦିଗପହଣ୍ଡି – ଅଗଷ୍ଟ ୯ ତାରିଖରେ ହେବାକୁ ଥିବା ଗୋକର୍ଣ୍ଣପୁର ସମିତି ସଭ୍ୟ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ମାନେ ନିଜ ସମର୍ଥକଙ୍କ ସହ ପ୍ରଚାର ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଶୁକ୍ରବାର ଦିନ ବିଜୁ ଜନତା ଦଳ ତରଫରୁ ମାଁ ଖେମୁଣ୍ଡି କାଳୁଆ ପ୍ରାଙ୍ଗଣରେ ଏକ ସାଙ୍ଗଠନିକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବହୁ କର୍ମକର୍ତ୍ତା ଏହି ସଭାକାର୍ଯ୍ୟରେ ସାମିଲ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟପନ୍ଥାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ନେଇ ଆଲୋକପାତ କରିଥିଲେ । ଖବରପ୍ରକାରେ , ବ୍ଳକ ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ ପରେ ବ୍ଳକ ଅଧ୍ୟକ୍ଷା ପଦ ହାତେଇବା ନେଇ ବର୍ତ୍ତମାନ ୪ ଜଣ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଏହି ଲଢେଇ ବିପିନ ସମର୍ଥିତ ପ୍ରାର୍ଥୀ ଅସିତ କୁମାର ସାହୁ ଓ ବିପ୍ଳବ ପାତ୍ର ସମର୍ଥିତ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସେଠୀଙ୍କ ମଧ୍ୟରେ ଜୋରଦାର ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ଆଜି ହୋଇଥିବା ଏହି ସଭାରେ ସମିତି ସଭ୍ୟ ପ୍ରାର୍ଥୀ ଶ୍ରୀ ସାହୁଙ୍କୁ ଭୋଟ ଦେଇ ବିଜୟୀ କରିବା ପାଇଁ ଦୃଢ ସଂକଳ୍ପ କରିଥିଲେ । ଏହି ସଭାକାର୍ଯ୍ୟରେ ପୂର୍ବତନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ଵାଇଁ , ପୂର୍ବତନ ସରପଞ୍ଚ ଭଗବାନ ବାଡ଼ତ୍ୟା , ପୂର୍ବତନ ଛାତ୍ର ବିଜେଡ଼ି ସଭାପତି ରାଜ୍ କିଶୋର ମହାନ୍ତି , ବିକ୍ରମ ସିଂ, ନାଏବ ସରପଞ୍ଚ ଶେଖର ଦୋରା , ସୁଶାନ୍ତ ଦୋରା, ଜୟଦେବ ରେଡ୍ଡୀ , ଗଙ୍ଗାରାମ ଦୋରା , ସୁଧାଂଶୁ ଦୋରା ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here